Odiapua.com

ଭଦ୍ରକ ମେଡିକାଲରେ ଆମ୍ବୁଲାନ୍ସ ନମିଳିବାରୁ ସ୍ୱାମୀକୁ ସାଇକେଲ୍‌ରେ ବୋହିଲେ ପତ୍ନୀ, ସହାୟତାର ହାତ ବଢାଇଲା ସହୀଦ ଭଗତ ସେନା ପରିବାର

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗରିବଙ୍କ ପାଇଁ ମାଳ ମାଳ ଯୋଜନା ସମସ୍ତଙ୍କ ପାଇଁ ରଖିଥିବାବେଳେ ବାସ୍ତବରେ ସାଧାରଣ ଗରିବ ଲୋକଟିଏ କେତେ ସୁଫଳ ପାଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ଅଧୀନସ୍ଥ ପାଞ୍ଚପଡା ଗ୍ରାମର ଖଟିଖିଆ ଆଦିବାସୀ ବିଷ୍ଣୁ ମୁଣ୍ଡା କ୍ଷେତ୍ରରେ । ଗତ ଦୁଇଦିନ ତଳେ ନିଜ ଘରେ ଚାଳଛପର କରୁଥିବାବେଳେ କୌଣସି କାରଣରୁ ପଡିଯାଇ ତାର ଗୋଡ ଭାଙ୍ଗିଯାଇଥିଲା । ଫଳରେ ପତ୍ନୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଘରକୁ ଯିବାପାଇଁ କହିଥିଲେ । ବିଷ୍ଣୁ ମୁଣ୍ଡାର ଗୋଡ ଭାଙ୍ଗିଯାଇ ପ୍ଲାଷ୍ଟର ହୋଇଥିବାରୁ ଚାଲି ଚାଲି ଯିବା ସମ୍ଭବ ନଥିଲା କି ଗାଡି ଭଡା କରି ଘରକୁ ଯିବାପାଇଁ ପାଖରେ ଟଙ୍କାଟିଏ ବି ନଥିଲା । ଶେଷରେ ପତ୍ନୀ ଓ ଛୋଟ ପୁଅ ତାକୁ ସାଇକେଲରେ ବସାଇ ଦୀର୍ଘ ୧୦ କିମି ଗଡାଇ ଗଡାଇ ରାସ୍ତାରେ ନେଉଥିବାବେଳେ ଭଦ୍ରକର ସ୍ୱେଚ୍ଛାସେବୀ ସଂଗଠନ ସହୀଦ ଭଗତ ସେନା ପରିବାର ଖବର ପାଇ ସେଠାରେ ପହଞ୍ôଚ ସହଯୋଗର ହାତ ବଢାଇଥିଲା । ସଂଗଠନର ଆବାହକ ସୀତାଂଶୁ ଶେଖର ମହାପାତ୍ର ଏବଂ ସଦସ୍ୟମାନେ ସେଠାରେ ପହଞ୍ôଚ ତୁରନ୍ତ ଏକ ଆମ୍ବୁଲାନ୍ସ ଡକାଇ ତାକୁ ତା ଘରକୁ ପଠାଇଥିଲେ । ସହୀଦ ଭଗତସେନାର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।