Odiapua.com

ଭଦ୍ରକ ମୁସଲିମ ଜମାତ ପକ୍ଷରୁ ନୂତନ ଏସ୍‌ପିଙ୍କୁ ସାକ୍ଷାତ ଓ ଶୁଭେଚ୍ଛା

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତ ପକ୍ଷରୁ ପୁରୁଣା ବଜାର ଥାନାରେ ନୂତନ ଏସ୍‌ପି ମାଡକର ସନ୍ଦୀପ ସମ୍ପତଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ସାକ୍ଷାତ ବେଳେ ଭଦ୍ରକ ମୁସଲିମ ଜମାତ ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ ଓ ମୁସଲିମ ଜମାତ ର ସମସ୍ତ ସଭ୍ୟମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉର୍ଦ୍ଧୁ କବି ମୁସ୍ତାକ ଗହ୍ୱର ଭାଇଚାରା ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା(ସାଏରୀ) ଗାନ କରି ନୂତନ ଏସ୍‌ପି ଶ୍ରୀ ସମ୍ପତଙ୍କୁ ସ୍ୱାଗତ କରିଥିଲେ : “ନଫରତ ସେ ଆପାସୀ କେ ହମଲୋଗ ଡର ରହେଁ ହେ, ଁ ହମ ହେଁ ପୂଜାରୀ ପ୍ରେମକେ ଉସପର୍ ହି ମର ରହେଁ ହେଁ, କର୍‌ନେ କୋ କାମ ଓଏସେ ହର ରୋଜ କର ରହେଁ ହେଁ, ଲେକିନ ତୁମହାରା ‘ୱେଲକମ’ ହମ ଆଜ କର ରହେଁ ହେଁ….’। ଏହି କବିତା ଶୁଣି ଏସ୍‌ପି ତାଙ୍କୁ “ଖୁଦାହାଫିଜ୍‌’ କହି ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁସଲିମ ଜମାତ ର ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ସେଖ ଇନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ୍‌, ସମ୍ପାଦକ ସେଖ ସିରଜୁଦ୍ଦିନ୍ ଓ ମିଡିଆ ସେଲ ସଂଯୋଜକ ଶେଖ ଅନୱାର(ବାବୁ)ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।