Odiapua.com

ଭଦ୍ରକ: ମୁକୁନ୍ଦପୁର ବେହେରା ସାହି ରାସ୍ତାରେ ପାଣି ଆଣ୍ଠୁଏ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ବ୍ଲକ ଅଧୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମୁକୁନ୍ଦପୁର ପଞ୍ଚାୟତ ବେହେରା ସାହି ରାସ୍ତାରେ ପାଣି ଲହରି ଭାଙ୍ଗୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବେହେରା ସାହି ୧୯ ନମ୍ବର ୱାର୍ଡ଼ ପକ୍ଷରୁ କମଳାକାନ୍ତ ବେହୁରା, ଗଂଗାଧର ପାଟ, ଗୟାଧର ପାତ୍ର, ଚିତ୍ତରଂଜନ ପାତ୍ର, ପ୍ରକାଶ ବେହେରା, ରବୀନ୍ଦ୍ର ବେହେରା, ଗୌରାଙ୍ଗ ବେହେରା, ରାଜକିଶୋର ବେହେରା, ମନୋରଂଜନ ଭୋଇ, ଶ୍ରୀକାନ୍ତ ବେହେରା, ସଞ୍ଜୀବ ଜେନା, ବାୟା ଜେନା, ଚିତ୍ତରଂଜନ ଭୋଇ, ଲକ୍ଷ୍ମୀଧର ମିଶ୍ର, ମଣିଭଦ୍ର ବେହୁରା, ସତ୍ୟବ୍ରତ ନାୟକ ପ୍ରମୁଖ ସରପଞ୍ଚଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଅନୁଯାୟୀ ରାସ୍ତାରେ ଅବସ୍ଥା ଏପରି ହୋଇଛି ଯେ ଯା’ଆସ କରିବା ମୁସ୍କିଲ। ପିଲାମାନେ ବିଦ୍ୟାଳୟ ଓ ଟ୍ୟୁସନ ଯିବାକୁ ସମସ୍ୟାରେ ପଡ଼ୁଛନ୍ତି। ବର୍ଷା ଦିନେ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ସରପଞ୍ଚ କୀର୍ତ୍ତନ ଚନ୍ଦ୍ର ରାଉତଙ୍କ ସହ ଯୋଗାଯୋଗ କରାଯାଇଥିଲା। ଆକ୍ସନ ପ୍ଲାନରେ ରହିଛି ଓ ବର୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତିି।