Odiapua.com

‘ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଭଦ୍ରକର ଅସ୍ମିତାକୁ ଉଜାଗର କରିଛି’, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଉଦ୍‌ଯାପିତ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦଶ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା, ଭଦ୍ରକର ତ୍ୟାଗ, ବଳିଦାନ, ସ୍ୱାଧୀନତା ସଂଗ୍ରାମ, ରାଜନୀତି, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ନାଟକ, କଳା, ସଂଗୀତ ଆଜିର ଅସ୍ମିତା ସହ ଭଦ୍ରକ ମାଟିର ଲୁକ୍‌କାୟିତ ସାଂସ୍କୃତିକ ପ୍ରତିଭାକୁ ଉଜାଗର କରିଛି ବୋଲି ଭଦ୍ରକର ମଠସାହି ସ୍ଥିତ ଗୋପାଳଜୀୟୁ ମଠପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଉଦ୍‌ଯାପନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବା ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ସାରସ୍ୱତ ସନ୍ଧ୍ୟାକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟନ କରିଥିଲେ । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ସାରସ୍ୱତ ସନ୍ଧ୍ୟାକୁ ମଠସାହିର ଆରାଧ୍ୟ ଦେବତା ‘ଗୋପାଳଜୀୟୁ’ଙ୍କ ନାମରେ ନାମିତ କରାଯାଇଥିଲା । ପ୍ରଖ୍ୟାତ ସାହିତ୍ୟିକ ତଥା ମହୋତ୍ସବର ସମ୍ବର୍ଦ୍ଧିତ ପ୍ରତିଭା ପ୍ରାଧ୍ୟାପକ ବାସୁଦେବ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲା ବେଳେ ରୋଟାରିୟାନ ଡ. ଶିଶିର କୁମାର ମିଶ୍ର, ସମାଜସେବୀ ତଥା ପ୍ରାକ୍ତନ କାଉନସିଲର ପ୍ରବୀର ଜେନା, ମାଉନସିଲର ତଥା ମହୋତ୍ସବର କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ସମାଜସେବୀ ଶେଖ୍ ସୟଦ୍‌, ଗୁଜିଦରଡ଼ା ସରପଞ୍ଚ ଶେଖ୍ ଲୋକା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ମହୋତ୍ସବରେ ଇରମର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କମଳା ପ୍ରସାଦ କର ସ୍ମୃତିରେ ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟାପ ନାସିର ବକ୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆବାହକ ନୀହାର ରଂଜନ କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସମ୍ପାଦକ ରବି ନାରାୟଣ ଖିଲାର ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ସାହିତ୍ୟିକ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ଶିକ୍ଷୟିତ୍ରୀ ମନୋରମା ରାୟ, ସଂଗଠିକା ଅଞ୍ଜନା ମିଶ୍ର, କବୟିତ୍ରୀ ସଂଯୁକ୍ତ ବଳ ଓ କଣ୍ଠଶିଳ୍ପୀ ଶଶିକଳା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ଉଦ୍‌ଯାପନୀ ଅଧିବେଶନ ପୂର୍ବରୁ କବି ମାନସ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଜିଲ୍ଳାସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କୃଷି ଅôଧକାରୀ ତଥା ଆକାଶବାଣୀ ଗୀତିକାର ଅରୁଣ ପାତ୍ର ମୁଖ୍ୟ ଅତିଥି, ନାଟ୍ୟଶ୍ରୀ ନିର୍ମଳ ରାଉତ ମୁଖ୍ୟବକ୍ତା, ବିଭୂତି ଭୂଷଣ ସେନାପତି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କବି ମନୋଜ ପଣ୍ଡା, ସଂଯୁକ୍ତା ବଳ, ମନୋରମା ରାୟ ଓ ଜାନକୀ ପାଢ଼ୀ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପଣ୍ଡିତ ବିକର୍ତ୍ତନ ଦାଶ, କବି ବାବୁରାମ ରାଉତ, ସାହତ୍ୟିକା ତଥା ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦେବୀ, ସଂଗୀତ ଶିଳ୍ପୀ ଚନ୍ଦ୍ରଶେଖର ଓଝା, ଶିଶୁ କଳାକାର ପ୍ରୀତିଲତା ସାହୁ, ଦେବେଶ ଦିବ୍ୟାଂଶୁ ବଳ, ସୌମ୍ୟରଂଜନ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଡ୍‌ଭୋକେଟ ନିରାକାର ଜେନା, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ସୁମିତ୍ରା ପାଣି, କଳ୍ପନା ଜେନା, ପ୍ରଭାତ ଜନୋ, ତ୍ରିଲୋକ ବିହାରୀ ରାୟ, ଶାନ୍ତନୁ ନାୟକ ଓ ଶଶିକାନ୍ତ ପରିଡ଼ା ପ୍ରମୁଖ ମହୋତ୍ସବକୁ ପରିଚାଳନା କରିଥିଲେ ।