Odiapua.com

ଭଦ୍ରକ ମହିଳା ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ମାଧ୍ୟମରେ ଡେଙ୍ଗୁ ଜ୍ୱର ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଅଧୁନା ଡେଙ୍ଗୁ ଜ୍ୱର ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ମଶା ଦ୍ୱାରା ବ୍ୟାପୁଥିବା ଏହି ଜ୍ୱର ପ୍ରତି ସତର୍କ ରହିବା ପାଇଁ ଏହାର କାରଣ, ଲକ୍ଷଣ, ପ୍ରତିକାର ସମ୍ବନ୍ଧରେ ଆଲୋଚନା ପରେ ମହାବିଦ୍ୟାଳୟ ପରିସର ଠାରୁ ଏକ ଶୋଭାଯାତ୍ରା ବାହାରି କଚେରୀ ବଜାର ବାଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଅଧ୍ୟକ୍ଷା ସୁପ୍ରୀତି କରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା । ଜାତୀୟ ସେବା ସଂସ୍ଥା ଅଧିକାରୀ ଅଧ୍ୟାପିକା ଶୁଭଶ୍ରୀ ବେହେରାଙ୍କ ଦ୍ୱାରା ସଂଚାଳିତ ଶୋଭାଯାତ୍ରାକୁ ଅନିତା ଦଳାଇ, ସଂଗୀତା ଦାସ, ଇପ୍ସିତା ବିଶ୍ୱାଳ, ଗୀତାଞ୍ଜଳି ସାହୁ, ସୁଭଦ୍ରା ଦାସ ପ୍ରମୁଖ ଅଧ୍ୟାପିକାଗଣ ପରିଚାଳନା କରିଥିଲେ ଏବଂ ଶତାଧିକ ସେବା ସଂସ୍ଥାର ସ୍ୱେଛାସେବୀ ଛାତ୍ରୀ ଯୋଗ ଦେଇଥିଲେ ।