Odiapua.com

ଭଦ୍ରକ ମହିଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଭଦ୍ରକ ମହିଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ସମାରୋହ ମହା ଉଲ୍ଲାସର ସହ ପାଳିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ଏହି ଉତ୍ସବକୁ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶାନ୍ତନୁ କୁମାର ମହାନ୍ତି ଯୋଗଦେଇ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ ସ୍ୱାଗତ ସଂଭାଷଣସହ କ୍ରୀଡା ପ୍ରାନ୍ତର ହିଁ ବ୍ୟକ୍ତିତ୍ୱ ବିକାଶର ଉପଯୁକ୍ତ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶିକ୍ଷାର ବିକାଶରେ କ୍ରୀଡାର ଭୂମିକା ଓ ଜୀବନରେ ଏହାର ମହତ୍ୱ ସଂପର୍କରେ ଛାତ୍ରୀମାନଙ୍କୁ ଉଦ୍ୱବୋଧନ ଦେଇଥିଲେ। ମହାବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପ୍ରାଧ୍ୟାପିକା ଅନୀତା ଦଳାଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ। କ୍ରୀଡା ସଂସଦର ଅନ୍ୟତମ ସଦସ୍ୟ ଭବେଶ ଚନ୍ଦ୍ର ସ୍ୱାଇଁ ଓ ପ୍ରଦ୍ୟୁତ କୁମାର ପଣ୍ଡା ଦୁଇ ଦିନ ଏହି ଉତ୍ସବରେ ପ୍ରାୟ କୋଡ଼ିଏଟି ପ୍ରତିଯୋଗିତା ସଂପର୍କରେ ସୂଚନା ଦେବାସହ ଏହାକୁ ଶ୍ରୁଙ୍ଖଳିତ ଭାବେ ସମାପନ କରି ଥଲେ। କ୍ରୀଡା ସଂସଦର ଉପସଭାପତି ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜୀହବିବି ଯୋଗଦେଇ ଛାତ୍ରୀ ମାନଙ୍କୁ କ୍ରୀଡାକୁ ଭବିଷ୍ୟତର କ୍ୟାରିଅର ଭାବେ ଚୟନ କରି ଜୀବନରେ ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ସୁପ୍ରୀତି କର, ପ୍ରିୟ ଦର୍ଶିନୀସାହୁ, ଗୀତାଞ୍ଜଳି ସାହୁ, ରଶ୍ମିରେଖା ସୋରେନ, ଆଭାମୟୀ ମହାପାତ୍ର, ଆରତୀ ଜେନା, ଅଭୟ କୁମାର ଦାସ, ରାଜେଶ ପାହାରୀ, ଜଗନ ଟୁଡୁ, ନମିତା ନାୟକ, ମଞୁଳା ପ୍ରଧାନ, ସିଲେଷ୍ଟିନା ଏକ୍କା, ସଂଗୀତା ଦାସ ତଥା କର୍ମଚାରୀ ପ୍ରଫୁଲ୍ଲ ରାଉତ, କୈଳାସ ସାହୁ, ସୁଧାକର ସାମଲ ପ୍ରମୁଖଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସଂପନ୍ନ ହୋଇଥିଲା ବୋଲି ମହାବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଭାଗ୍ୟ ଲକ୍ଷ୍ମୀ ବାରିକ ଜଣାଇଛନ୍ତି।