ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ଉର୍ଦୁ ବିଭାଗ ପକ୍ଷ ରୁ ଏକ ସେମିନାର ର ଆୟୋଜନ ହୋଇଯାଇଅଛି । ଉର୍ଦୁ ବିଭାଗ ର ମୂଖ୍ୟ ଡାକ୍ତର ନସିମା ଆରା ନିଖତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାରେ ଏହି ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରର ବିଷୟ ବସ୍ତୁ ଥୁଲା “ ସହରି ଅଦବ ପେ ଏକ ନଜର ” । ଏହି ସେମିନାରରେ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ଲେଙ୍କା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥୁରେ ରିସୋର୍ସ ପର୍ସନ ଭାବେ ବ୍ରହ୍ମବରଦା କଲେଜର ଉର୍ଦୁ ପ୍ରଧ୍ୟାପକ ନିୟାମତ୍ ହୋସେନ ଯୋଗ ଦେଇଥିଲେ । ଅଧ୍ୟାପକ ଶ୍ରୀ ମୁସ୍ତାକ ଖାଁ ଏହି ସେମିନାରରେ ଭାଗ ନେଇ ସେମିନାରର ବିଷୟ ଉପରେ ନିଜର ମତବ୍ୟକ୍ତ କରିଥିଲେ । ଏହି ସେମିନାରରେ କବି ଜାଫର ଦାନିସ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ଯୋଗଦେଇ ସେମିନାରକୁ ସୁପରିଚାଳନା କରିବା ସହ ସଫଳ କରିବାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।