Odiapua.com

ଭଦ୍ରକ ମହିଳା ମହାବିଦ୍ୟାଳୟରେ ବାର୍ଷିକ କର୍ମଶାଳା

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ସି.ଏସ୍‌. ଆଇ. ଆର ପ୍ରାୟୋଜିତ କାର୍ଯ୍ୟକ୍ରମରେ ଔଷଧୀୟ ବୃକ୍ଷ ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ପରିବେଶ ଓ ସମାବେଶୀ ବିକାଶର ପ୍ରମୁଖ ବୈଜ୍ଞାନିକ ପ୍ରଫେସର ଡ଼ ନବୀନ କୁମାର ଧଳ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଡ଼. ଧଳ ଔଷଧୀୟ ବୃକ୍ଷର ସଂରକ୍ଷଣ ଓ ହର୍ବାରିୟମ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ଲେଙ୍କା, କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଆରତି ଜେନା ଔଷଧୀୟ ବୃକ୍ଷ ଓ ତାହାର ସ୍ୱାସ୍ଥ୍ୟଗତ ଉପାଦେୟତା ଉପରେ ଆଲୋଚନା କରିଥିଲେ। ଅଧ୍ୟାପିକା ଅର୍ପିତା ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବେ ସନ୍ଦୀପ କୁମାର କବି ଔଷଧୀୟ ବୃକ୍ଷର ବିଭିନ୍ନ ଦିଗ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଛାତ୍ରୀ ବନ୍ଦନା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ଇତିଶ୍ରୀ ଦଳେଇ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ଏହି କର୍ମଶାଳାରେ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ , କିରଣ କାନ୍ତି, ସୁପ୍ରିୟା ଚକ୍ରବର୍ତୀ, ଭବେଶ ସ୍ୱାଇଁ, ପ୍ରଦ୍ୟୁତ ପଣ୍ଡା, ପ୍ରତିଭା ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।