Odiapua.com

ଭଦ୍ରକ ମହାବିଦ୍ୟାଳୟ ୧୯୮୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ମହାବିଦ୍ୟାଳୟର ୧୯୮୨ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଭଦ୍ରକ ଟାଉନ ହଲ୍‌ଠାରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବାସୁଦେବପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଲେଇ, ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ନାୟକ, ଉଦ୍ୟୋଗପତି ଅରୁଣ କୁମାର ଲାଖାନୀ, ବିରେନ୍ଦ୍ର ପାଢୀ, ଜୟପ୍ରକାଶ ମେହେଟା, ମୁଖ୍ୟ ସଂଯୋଜକ ଅଭିମନ୍ୟୁ ବେହେରା, ମହେଶ ନାୟକ ମଞ୍ଚାସିନ ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସଭାପତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ଦିବଂଗତ ବନ୍ଧୁ, କରୋନା ଯୋଦ୍ଧା, ସିଡିଏସ୍ ବିପିନ ରାୱତ, ସମସ୍ତ ସଦୀଦ୍‌ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଦୀର୍ଘ ୪୦ ବର୍ଷ ପରେ ନୂଆ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବନ୍ଧୁବାନ୍ଧବୀମାନେ ନିଜର ପରିଚୟ ସମସ୍ତଙ୍କ ଆଗରେ ରଖିଥିଲେ । ମଞ୍ଚାସିନ ସମସ୍ତ ଅତିଥି, ନାରାୟଣ ଚନ୍ଦ୍ର ଜେନା, ଶ୍ରୀଚରଣ ମଲ୍ଲିକ, ପ୍ରେମାନନ୍ଦ ସାହୁ, ମିନତୀ ପଣ୍ଡା, ସଂଜୀବ ନାୟକ, ସୁଦର୍ଶନ ପଣ୍ଡା, ହୃଷକେଶ ମିଶ୍ର, ଭକ୍ତହରି ମହାପାତ୍ର, ଶିବ ବଳ ପ୍ରମୁଖ ଦୀର୍ଘ ୪୦ ବର୍ଷର ଅନୁଭୂତି ବାଣ୍ଟିଥିଲେ । ପରେ ସଂଗୀତ ନିର୍ଦ୍ଦେଶକ ସୁବାଷ ରାମ, ରାମ ନାରାୟଣ ମହାନ୍ତି ସଂଗୀତ ପରିବେଷଣ କରିଥିଲେ । ଗାୟିକା ସୁମତି ପଣ୍ଡା, ସୌଦାମିନୀ ପାଣି ସୁମଧ୍‌ୁର କଣ୍ଠ ଦାନ କରିଥିଲେ । ମିନତୀ ମହାନ୍ତି, ସେବତୀ ନାୟକ, ମହେନ୍ଦ୍ର ସାହୁ, ଚିତ୍ତ ରଂଜନ ପାଢୀ, ବାଳକୃଷ୍ଣ ସେନାପତି, କମଳ ପଟ୍ଟନାୟକ, ସୁଧାଂଶୁ ରାୟ, ପ୍ରତାପ ଦାସ, ଆଦିତ୍ୟ ମିଶ୍ର, ପ୍ରଭାତ ସାମଲ, କୈଳାସ ବେହେରା, କଲ୍ୟାଣ ପଣ୍ଡା, ଧୀର ଲେଙ୍କା, ହରେକୃଷ୍ଣ ଧର, ସୁବଳ ସିଂ, ହରିହର ସାହୁ, ପ୍ରଶାନ୍ତ ଦାଶ ଆଦି ପରିଚାଳନା କରିଥିଲେ । ଏହି ଅବସରରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ପୁରାତନ ଛାତ୍ର ସଂସଦ ମାଧ୍ୟମରେ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓଡ଼ିଶାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଭବିଷ୍ୟତରେ ଏକ ଟ୍ରଷ୍ଟ ଗଠନ କରି ସମାଜ ସେବାରେ ନିଜକୁ ନିୟୋଜିତ କରିବା, ଏକ କମିଟି ଗଠନ କରି ସଭାପତି ଭାବରେ ଅଭିମନ୍ୟୁ ବେହେରା, ସମ୍ପାଦକ ଅରୁଣ କୁମାର ଲାଖାନୀ, କୋଷାଧ୍ୟକ୍ଷ ଜୟ ପ୍ରକାଶ ମେହେଟ୍ଟା, ସଂଯୋଜକ ଭାଷ୍କର ଚନ୍ଦ୍ର ପାଢୀ ଓ ସହସଂଯାଜକ ଭାବରେ ମହେଶ ନାୟକଙ୍କ ନାମ ସ୍ଥିର କରାଯାଇ ସର୍ବ ସମ୍ମତିରେ ଗ୍ରହଣ କରାଯାଇଥିଲା ।