Odiapua.com

ଭଦ୍ରକ ମହାବିଦ୍ୟାଳୟ ପରିଚାଳନା କମିଟି ବୈଠକ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଥମ ପରିଚାଳନା କମିଟି ବୈଠକ ଡ. ଶୈଳେନ୍ଦ୍ର ମହାପାତ୍ର (କମିଟି ସଭାପତି) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏହି କମିଟିକୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କମିଟିରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଡ. ମନୋରଂଜନ ମିଶ୍ର, ଆଂଚିକ ନିର୍ଦ୍ଦେଶକ ପ୍ରଫେସର ହେମନ୍ତ ଘଡେଇ, ଶିକ୍ଷାବିତ୍ ଡ. ବଳରାମ ମିଶ୍ର, ଉଦ୍ୟୋଗପତି ଅଭୟ କୁମାର ସୂତାର, ଡାକ୍ତର ଦୁର୍ଯ୍ୟୋଧନ ଦାସ, ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମୃତ୍ୟୁଞ୍ଜୟ ଦାସ, ଅର୍ଥନୀତି ବିଭାଗର ମୁଖ୍ୟ ଡ. ଦୀନେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରାଯାଇଥିଲା । ମୁଖ୍ୟ ସମସ୍ୟା ମଧ୍ୟରେ ଆଉସ୍ ସୋର୍ସ, ଡିଡବ୍ଲ୍ୟୁଏଲ୍‌, ପାଣି ନିଷ୍କାସନ, ରାସ୍ତା, ନୂତନ ଏକାଡେମିକ ବିଲ୍‌ଡିଂ, ଅଡିଟୋରିୟମ୍‌, ହଷ୍ଟେଲ୍‌, ଡିସ୍‌ପେନସାରୀର ସମସ୍ୟା ଗୁଡିକ ଉପରେ ବିଶଦ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଡ. ପଦ୍ମନାଭ ପତ୍ରୀ, ଗଣିତ ବିଭାଗ ମୁଖ୍ୟ ଡ. ଅଜିତ କୁମାର ଦାସ, ରସାୟନ ବିଭାଗର ଅଧ୍ୟାପକ ଡ. ଲକ୍ଷ୍ମୀକାନ୍ତ ନାୟକ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ପ୍ରଫେସର ଅଜୟ କୁମାର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୃତ୍ୟୁଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।