Odiapua.com

ଭଦ୍ରକ : ମନିପର୍ସ ସାନିଟାଜର ନିର୍ମାଣ କରି ଚର୍ଚ୍ଚାରେ ଥିବା କମଲଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଟଙ୍କାରେ ଥିବା କରୋନା ଭୁତାଣୁଙ୍କୁ ନଷ୍ଟ କରିବା ପାଇଁ ମନିପର୍ସ ବିଶୋଧନ କୌଶଳ ତିଆରି କରିଥିବା ଦ୍ୱାଦଶ ଶ୍ରେଣୀର ଛାତ୍ର କମଲକିଶୋର ମାଝୀଙ୍କୁ ତିହିଡ଼ି ବ୍ଳକର ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ସରପଞ୍ଚ ମାନସ ରଂଜନ ସାହୁ, ସମତି ସଭ୍ୟା ବିଦ୍ୟାବତୀ ମହାନ୍ତି, ଜିଆରଏସ ବିରଞ୍ଚି ନାରାୟଣ ଦାସ, ପୂର୍ବତନ ସମିତି ସଭ୍ୟ ଲିଂଗରାଜ ନାୟକ, ଶିକ୍ଷାବିତ କମଳାକାନ୍ତ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସସ୍ମିତା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ। କମଲକିଶୋର ଙ୍କ ଘର ଗୋବିନ୍ଦପୁର ପଞ୍ଚାୟତ ସାଲପୁର ଗ୍ରାମରେ। ସେ ପୂର୍ବରୁ ମିନି ଭେକମ କ୍ଲିନର ନିର୍ମାଣ କରି ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ହୋଇଥିଲେ। ସଂପ୍ରତି ମନିପର୍ସ ସାନିଟାଇଜର ଓ ପାଦ ଚାଳିତ ସାନିଟାଇଜର ମେସିନ ନିର୍ମାଣ କରି ସେ ଚର୍ଚ୍ଚାରେ ରହିଛନ୍ତି।