Odiapua.com

ଭଦ୍ରକ ମଦ ମୃତ୍ୟୁ: ଜିଲ୍ଲାପାଳ ଓ ଏସପିଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର ୧୭-୭ (ଓଡ଼ିଆ ପୁଅ) ଭଦ୍ରକ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି କମିଶନ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଅପ୍ରିଲ୍ ମାସ ୨୯ ତାରିଖରେ ବିଷାକ୍ତ ମଦ ପିଇ ତିଡିଡି ଥାନା ଅନ୍ତର୍ଗତ ପୀରହାଟ ଅଂଚଳରେ ୫ ଜଣ ପ୍ରାଣହରାଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ଏହି ମଦ ବଂଟା ଯାଇଥିବା ଅଭିଯୋଗ ହୋଇଥିଲା। ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣା ପାଇଁ ସରକାରୀ ଅଧିକାରୀମାନଙ୍କୁ ଦାୟୀ କରି କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ରାଜ୍ୟରେ ବିଷାକ୍ତ ମଦର ଉତ୍ପାଦନ ଓ ବିକ୍ରିକୁ ବନ୍ଦ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଦର୍ଶାଇଥିଲେ। ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ମାନବାଧିକାର କମିଶନ ଏହି ଘଟଣାର ବିଚାର କରି ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ କି କାର୍ଯାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।