Odiapua.com

ଭଦ୍ରକ ବ୍ଲକ ସ୍ତରୀୟ ବିଜ୍ଞାନମେଳା

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅର୍ନ୍ତଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପିଲାମାନେ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ବଳ। ପ୍ରତ୍ୟେକ ପିଲା ବୈଜ୍ଞାନିକ ନହୋଇ ପାରନ୍ତି କିନ୍ତୁ ବିଜ୍ଞାନ ଚିନ୍ତାଧାରାକୁ ପାଥେୟ କରିବା ସହିତ ସେଥିପ୍ରତି ଆକୃଷ୍ଠହୋଇ ସକରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ଦେଶର ପ୍ରଗତି ହୋଇପାରିବ ବୋଲି ମଞ୍ଚାସିନ ବରେଣ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭଦ୍ରକର ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲାବେଳେ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ପ୍ରାଧ୍ୟାପକ ନିହାର ରଂଜନ କର, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ଉମେଶ ଚନ୍ଦ୍ର ମାଝି, ଏ.ବି.ଇ.ଓ. ଶ୍ରୀମତୀ ମିଶ୍ର, ସି.ଆର୍‌.ସ.ସି. ନବ କିଶୋର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ବିଜ୍ଞାନ ମେଳାର ଆବାହକ ତଥା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ସଂଯୋଜକ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାରମ୍ଭିକ ସୂଚନା, ସି, ଆର୍‌, ସି, ସି. ଚନ୍ଦ୍ରକାନ୍ତ ଶୁକ୍ଳ ମଂଚ ଆହ୍ୱାନ, ଶିକ୍ଷାବିତ୍ ସମୀର କୁମାର ଜେନା ଅତିଥି ପରିଚୟ ଓ ଶିକ୍ଷାବିତ ସୁରେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ବି.ଆର୍‌.ସି.ସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଏ.ବି.ଇ.ଓ. ଗୟାଧର ପଣ୍ଡା, ଶିକ୍ଷାବିତ୍ ଭୀମଚରଣ ପରିଡ଼ା, ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର, ଶିକ୍ଷାବିତ୍ ନିଳାଦ୍ରୀ ଭୂଷଣ ତ୍ରିପାଠୀ, ବାବୁଲା ରାଉତ, ରାଜେଶ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ଅରୁଣ ମଲ୍ଲିକ, ବୈକୁଣ୍ଠ କାଣ୍ଡି, ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ଦିବସବ୍ୟାପି କାର୍ଯ୍ୟକ୍ରମକୁ ଜାନକୀ ପାଢ଼ୀ, ମନୋରମା ରାୟ, ସବିର ସିଂ, ଶରତ ଜେନା, ଅକ୍ଷୟ କୁମାର ମହାନ୍ତି, ବିରେନ୍ଦ୍ର ପ୍ରସାଦ ମାଝି, ମୁସ୍ତାକ ଗହ୍ୱର, ସେକ୍ ଇରସାଦ୍‌, ସୌଦାମିନି ନାୟକ, ସୁଭଦ୍ରା ନାୟକ ପ୍ର୍ରମୁଖ ପରିଚାଳନା କରିଥିଲେ। ଏହି ବିଜ୍ଞାନମେଳାରେ ବିଭିନ୍ନ ବିଦ୍ୟାଳୟରୁ ୧୩୦ରୁ ଉର୍ଦ୍ଧ ପ୍ରକଳ୍ପ ଆସିଥିଲା, ସେଥିରୁ ୧୦ଟି ପ୍ରକଳ୍ପକୁ ଶିକ୍ଷାବିତ୍ କମଳାକାନ୍ତ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ପାଢ଼ୀ, କାଦମ୍ବିନୀ ମହାନ୍ତି ଓ ଅଧ୍ୟାପକ ସତ୍ୟବ୍ରତ ବିଶ୍ୱାଳ ବିଚାରକ ଭାବେ ରହି ଜିଲ୍ଲାସ୍ତରକୁ ମନୋନିତ କରିବା ସହିତ ସେମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏଥି ସହିତ ସମସ୍ତ ଗାଇଡ଼୍ ଶିକ୍ଷକ ଓ ଭାଗନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।