Odiapua.com

ଭଦ୍ରକ ବ୍ଲକ ଅଞ୍ଚଳର ବହୁ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ, କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି କଲେ ମନସ୍ମିତା

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ୟଶ’ରେ ଭଦ୍ରକ ତଥା ଭଦ୍ରକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ବର୍ଷର୍ା ପାଣି ଯୋଗୁ ବହୁ ଗ୍ରାମ ଏବେ ବି ପାଣି ଘେରରେ ରହିଛି । ଲୋକେ ଘରୁ ବାହାରି ପାରୁ ନାହାନ୍ତି । ବହୁ ଚାଳଛପର ଘରର ଚାଳ ଉଡି ଯାଇଛି । ଏଜ୍‌ବେଷ୍ଟସ୍ ଭାଙ୍ଗି ଯାଇଛି । ଲୋକେ ବର୍ଷା ଖରାରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି । ସେମାନଙ୍କ ପାଖରେ ଖଣ୍ଡେ ପଲିଥିନ ପହଞ୍ଚି ନାହିଁ କି ପ୍ରଶାସନ ସେମାନଙ୍କ ମୁହଁରେ ଟିକିଏ ଆହାର ଯୋଗାଇ ପାରି ନାହିଁ । ବାସ୍ତବିକ ଚିତ୍ରକୁ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଉଛି । ତୁରନ୍ତ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଭଳି ଭଦ୍ରକ ନିର୍ବାଚନମଣ୍ଡଳୀରେ ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚୁ ଏବଂ ସେମାନଙ୍କ ଦୁର୍ଦ୍ଦଶା ଦୂର କରିବାରେ ସହାୟକ ହେଉ ବୋଲି ଦାବି କରି ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନ୍ସ୍‌ିତା ଖୁଣ୍ଟିଆ ଦାବି କରିଛନ୍ତି । ଏ ନେଇ ଏକ ଦାବିପତ୍ର ଭଦ୍ରକ ବିଡିଓଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ବାତ୍ୟା ପରଠାରୁ ମନସ୍ମିତା ଖୁଣ୍ଟିଆ ବିଭିନ୍ନ ବାତ୍ୟା ପ୍ରଭାବିତ ଗ୍ରାମକୁ ଯାଇ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।