ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିତୃ-ମାତୃ ହୀନ ଶିଶୁମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ କିଶୋର ନ୍ୟାୟ ଅଧିନିୟମ ୨୭/୯ ଯତ୍ନ ଏବଂ ସୁରକ୍ଷା ପ୍ରଦାନ ନିମିତ୍ତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଖଣ୍ଡପୀଠ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ସଭ୍ୟ ପ୍ରଦୀପ୍ତ କୁମାର କର, ସତ୍ୟସୁନ୍ଦର ପୁହାଣ, ସଭ୍ୟା ସ୍ମୃତିରେଖା ମହାନ୍ତି ଓ ସଂଜିତା ଗିରିଙ୍କ ଉପସ୍ଥିତିରେ ଭଦ୍ରକ ବ୍ଲକ୍ ସଭାଗୃହରେ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାମ୍ପରେ ୪୩ ଜଣ ପିତୃମାତୃହୀନ ଶିଶୁମାନଙ୍କୁ ବିଭିନ୍ନ ଭାବରେ ଥଇଥାନ କରିବାକୁ ଖଣ୍ଡପୀଠରେ ନିଷ୍ପତ୍ତି ନିଆଯାଇଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ବାହ୍ୟ କର୍ମୀ ମହେଶ କୁମାର ଦାଶ କ୍ୟାମ୍ପ କୋର୍ଟକୁ ପରିଚାଳନା କରିଥିଲେ । ଭଦ୍ରକ ବ୍ଲକ୍ର ସିଡିପିଓ ଓ ସମନ୍ୱିତ ଶିଶୁ ବିକାଶ କମିଟର ସମସ୍ତ ସୁପରଭାଇଜର, ଶିଶୁ ମଙ୍ଗଳ ସମିତିର ଏଡିଇଓ ମନୋଜ କୁମାର ସାହୁ, ଶିଶୁ ସୁରକ୍ଷା ୟୁନିଟ୍ର ଧୀରଜ କୁମାର ବାରିକ, ସ୍ୱେଚ୍ଛାସେବୀ ବିଜୟ ବାବୁ, ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ଆଗାମୀ ଦିନରେ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକ୍ରେ ମଧ୍ୟ ଏହି କୋର୍ଟ କ୍ୟାମ୍ପ କରାଯାଇ ପିତୃ-ମାତୃ ହୀନ ଶିଶୁମାନଙ୍କୁ ଥଇଥାନ କରାଯିବ ବୋଲି ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ବାରିକ ସୂଚନା ପ୍ରଦାନ କରିଛନ୍ତି ।