Odiapua.com

ଭଦ୍ରକ ବ୍ଲକସ୍ତରୀୟ ଫୁଟବଲ (ବାଳକ ଓ ବାଳିକା) ପ୍ରତିଯୋଗିତା, ୨୦୨୨

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିନ୍ଦୁ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ସଭାପତିତ୍ୱ କରିଥିଲେ। ଉକ୍ତ ଉତ୍ସବରେ ବ୍ଲକ କ୍ରୀଡା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ନାୟକ କ୍ରୀଡାର ବିବରଣୀ ପାଠ କରିଥିଲେ। ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଖେଳ ପରିଚାଳନା କରିବା ସଂଗେ ସଂଗେ ଖେଳ ନୀତି, ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। କୋ ଏଜୁକେସନ, ଉତ୍ତରବାହିନୀର ଖେଳ ଶିକ୍ଷକ ଡମ୍ବରୁଧର ବାରିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଓଷ୍ଟାର ସମ୍ପାଦକ ପ୍ରଦୀପ୍ତ ଦାସ ଓ ଚୁନିଦା ହାଇସ୍କୁଲ ପ୍ରଧାନଶିକ୍ଷକ ଭୀମ ଚରଣ ପରିଡା, ଚଣ୍ଡିଗାଁ ହାଇସ୍କୁଲ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ମାଝୀ, ଆର.ସି.ବି.ଏଲ. ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀ, ବହୁଦରଡା ହାଇସ୍କୁଲ ପ୍ରଧାନଶିକ୍ଷକ ସରୋଜ ପ୍ରଧାନ, ବନ୍ଧଗାଁ ହାଇସ୍କୁଲ ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ଗୁଜିଦରଡା ହାଇସ୍କୁଲ ପ୍ରଧାନଶିକ୍ଷକ ସ୍ୱର୍ଣ୍ଣଲତା ପାଣିଗ୍ରାହୀ, କାର୍ତ୍ତିକେଶ୍ୱର ହାଇସ୍କୁଲ ପ୍ରଧାନଶିକ୍ଷକ ଶୁଭାଶିଷ ମହାନ୍ତି, କେସିଭିଏମ ଉତ୍ତରବାହିନୀ ହାଇସ୍କୁଲ ପ୍ରଧାନଶିକ୍ଷକ ବୈକୁଣ୍ଠ କାଣ୍ଡି ପିଲାମାନଙ୍କୁ କ୍ରୀଡା ବିଷୟରେ ବିଭିନ୍ନ ତଥ୍ୟ କହି ଉତ୍ସାହିତ କରିଥିଲେ। ଉକ୍ତ ଖେଳରେ ବାଳକ ବିଭାଗରେ ୨୦୦ ଓ ବାଳିକା ବିଭାଗରେ ୧୦୦ ମୋଟ ୩୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉକ୍ତ ଖେଳକୁ ରାଜେନ୍ଦ୍ର ନାୟକ, ଅମୁଲ୍ୟ ମହାପାତ୍ର, ସଚ୍ଚିକାନ୍ତ ପଣ୍ଡା, ତପନ କୁମାର ମିଶ୍ର, ବିଜୟ ସାମଲ, ରମେଶ ଚୌଧୁରୀ, ଅଶୋକ ବିଶ୍ୱାଳ, ତନୁଶ୍ରୀ ନାୟକ, ଅନୁପମା ଦେବନାଥ, ସୁପ୍ରଭା ରାଉଳ, ଅନୁପମା ଗିରି, ମାନସୀ ପ୍ରଧାନ, ତପସ୍ୱିନୀ ଖିଲାର, ଜୟଶ୍ରୀ ମହାନ୍ତି, ଜୟନ୍ତୀ ନାୟକ, ବିକ୍ରମ କୁମାର ଦାସ, ବିଳାସିନୀ ପୁହାଣ, ନାଜିମ ସୁଲତାନା, ପ୍ରଦୀପ୍ତ ପରିଜା ଏହି ଖେଳକୁ ପରିଚାଳନା କରିଥିଲେ। ଶ୍ରୀ ଶଚ୍ଚିକାନ୍ତ ପଣ୍ଡା, ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଖେଳରୁ ବାଳକ ବିଭାଗରେ ୧୫ ଜଣ ଓ ବାଳିକା ୧୫ ଜଣ ଖେଳାଳୀ ବିଭିନ୍ନ ବିଦ୍ୟାଳୟକୁ ମନୋନୟନ କରାଯାଇ ଜିଲ୍ଲା ସ୍ତରୀୟ ଖେଳରେ ଭାଗ ନେବା ପାଇଁ ମନୋନୀତ କରାଗଲା।