Odiapua.com

ଭଦ୍ରକ : ବିଷ୍ଣୁପ୍ରିୟାଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ତ ଛକ ବାସଭବନରେ ଜିଲ୍ଲାର ବର୍ଷିଆନ କଂଗ୍ରେସ ନେତା, ପ୍ରାକ୍ତନ ସମୟ ଖରକାଗଜର ଜିଲ୍ଲା ପ୍ରତିନିଧି ତଥା ଓୟୁଜେର ପ୍ରାକ୍ତନ ଜିଲ୍ଲା ସଭାପତି ୰ ଦିଲ୍ଲୀପ ବୋଇତିଙ୍କ ଧର୍ମପତ୍ନୀ ୰ ବିଷ୍ଣୁପ୍ରିୟା ବୋଇତିଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ୰ ବୋଇତିଙ୍କ ଜ୍ୟେଷ୍ଠ ପୁତ୍ର ତଥା ସମୟ ଖବର କାଗଜର ଭଦ୍ରକ ଜିଲ୍ଲା ପ୍ରତିନିଧି ପ୍ରିୟଦର୍ଶନ ବୋଇତିଙ୍କ ସଂଯୋଜନାରେ ଏବଂ ଦୁଇ କନିଷ୍ଠପୁତ୍ର ଶୁଭ୍ରାଂଶୁ ଓ ପ୍ରସନଜୀତଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇ ୰ ବିଷ୍ଣୁପ୍ରିୟାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ ସ୍ୱର୍ଗତା ବୋଇତି ଜଣେ ମିଷ୍ଟଭାଷୀ ଓ ମେଳାପୀ ମହିଳା ଥିବା କହିବା ସହ ଗରିବ ଓ ଅସହାୟଙ୍କ ପ୍ରତି ଥିବା ତାଙ୍କର ସେବା ମନୋଭାବକୁ ସ୍ମରଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ପିପି ଅତିଶ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ପ୍ରାକ୍ତନ ପାରିଷଦ ପଙ୍କଜ ବଳ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା, ପୌର ଯୁବ ବିଜେଡି ସଭାପତି ଆଶିଶ ଅମିତାଭ ମହାପାତ୍ର, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାକେଶ ପଣ୍ଡା, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ତଥାଗତ ସାମଲ ପ୍ରମୁଖ ଯୋଗଦେଇ ୰ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚରଣ କରିଥିଲେ । ଏହି ସ୍ମୃତିସଭାରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ସମଜସେବୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।