Odiapua.com

ଭଦ୍ରକ : ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ବିଭିନ୍ନ ଅନୁଷ୍ଠାନ, ସଂସ୍ଥା, ରାଜନୈତିକ ଦଳ ସେମାନଙ୍କ ପ୍ରତିଷ୍ଠାନ, କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

ବସ୍ ସିଣ୍ଡିକେଟ : ଭଦ୍ରକ ବସ୍ ସିଣ୍ଡିକେଟ ଅଫିସ ପରିସରରେ ୭୪ତମ ସ୍ୱାଧୀନତା ଦିବସ କୋବିଡ଼ ନିୟମାନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯାଇଛି। ସିଣ୍ଡିକେଟର ପ୍ରାକ୍ତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳ ପତାକା ଉତ୍ତୋଳନ କରି ସମବେତ ମାଲିକମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ସ୍ୱାଧୀନତା ଦିବସ ଉତ୍ସବରେ ଦିଲିପ କୁମାର ନାୟକ, ଗଗନ ବିହାରୀ ରାଉତ, ଅବଦୁଲ ରଫ୍‌, ସୋମନାଥ ସାହୁ, ପାର୍ଥସାରଥୀ ମହାପାତ୍ର, ସେକ୍ କାଲା, ଶ୍ୟାମସୁନ୍ଦର ନାୟକ, ସତ୍ୟନାରାୟଣ ଦାସ, ଦିଲିପ ମହାନାୟକ, ଅଭୟ ପାଢୀ, ଟୁକୁନା ପାଢୀ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ଚରମ୍ପା ବରିଷ୍ଠ ନାଗରିକସଂଘ: ଚରମ୍ପା ବରିଷ୍ଠ ନାଗରିକ ସଂଘର ସଭାପତି ଶିକ୍ଷାବିତ ଗଗନ ବିହାରୀ ରାଉତ୍ ପତାକା ଉତ୍ତୋଳନ କଲାବେଳେ ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସହସଂପାଦକ କଳାକାର ମିଶ୍ର, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, ସଭ୍ୟ ଶଶୀକାନ୍ତ ପାଢୀ, ଅଜୟ କୁମାର ପାଢୀ, ବିନାୟକ ମଲ୍ଲିକ, ଗୋପାଳ ଚରଣ ପଣ୍ଡା, ବିଜୟ ସେନାପତି, ଉପେନ୍ଦ୍ର ରାଉତ୍ ଓ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ମହାନ୍ତି ଓ ନରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ

ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ : ସଂଗଠନ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ତଳାଙ୍ଗ ଗ୍ରାମର ପାଲା ମଣ୍ଡପ ଛକ ଠାରେ ପାଳିତ ହୋଇଛି। ସଂଗଠନର ରାଜ୍ୟ ସଭାପତି ପ୍ରଦୀପ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ବିକାଶ ମଂଚ ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗଠନର ସୁଶାନ୍ତ କୁମାର ଘଡେଇ, ରଙ୍ଗାଧର ମଲିକ, ପବିତ୍ର ମୋହନ ଜେନା, ମନୋଜ କୁମାର ବାରିକ, ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ରାଉତ, ହୃଦାନନ୍ଦ ସୂତାର, ମହେଶ୍ୱର ଜେନା, ଜିଲ୍ଲା ଯୁବ ସଭାପତି ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମୁସଲିମ୍ ଜମାତ : ପୁରୁଣାବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସ୍‌ଲିମ୍ ଜମାତ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସିଆର୍‌ପିଏଫ୍ ଜବାନ ଜହିରୁଦ୍ଦିନ ସାହା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ହାଜୀ ଅବଦୁଲ ବାରୀ, ସହସମ୍ପାଦକ ଅବଦୁଲ ମୁକିତ ଖାଁ, ଶେଖ ଅନୱର, ଶେଖ ମୁକିତ ଖାଁ, କୟୁମ ଅଲି ସାହା, ମୀର୍ଜା ଏକ୍ରାମ ବେଗ, ଅନ୍ୱର କୋରେସି, ଲୋକମାନ ଖାଁ ପ୍ରମୁଖ ଯୋଗ ଦେଇଥିଲେ।

ମଦ୍ରାସା କାଦରିଆ ହବିବିଆ : ପୁରୁଣାବଜାର ମଦ୍ରାସା କାଦରିଆ ହିବିବଆ ଠାରେ ସ୍ୱାଦୀନତା ଦିବସ ପାଳନ ହୋଇଛି। ଯୁବସମାଜସେବୀ ଶେଖ ହବିବୁଲ୍ଲା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଫୈଜାନ କାଦ୍‌ରୀ, ଜାୱେଦ ଅଖତର, ଜହରି ଖାଁ ପ୍ରମୁଖ ଯୋଗ ଦେଇଥିଲେ।