Odiapua.com

ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଭଦ୍ରକ ସରକାରୀ ପ୍ରାଣୀ ଚିକିତ୍ସାଳୟ ପରିଦର୍ଶନ,ନୂତନ ଭବନ ନିର୍ମାଣ ପାଇଁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ବର୍ଷା ଫଳରେ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ ସମୟ ଧରି ପାଣି ଘେରରେ ଥିବା ଭଦ୍ରକ ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ଆଜି ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପରିଦର୍ଶନ ପୂର୍ବକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବଂ ଚିକିତ୍ସାଳୟ ପରିସରରେ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର, ଭଙ୍ଗା ଓ ଜରାଜୀର୍ଣ୍ଣ ଗୃହଗୁଡ଼ିକର ପୁନରୁଦ୍ଧାର ସହ ଆବଶ୍ୟକତା ଅନୁଯାୟୀ ନୂତନ ଭବନ ନିର୍ମାଣ ପାଇଁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି ସମସ୍ତ ଆବଶ୍ୟକ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରାଇ ଚିକିତ୍ସାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼, ଆଧୁନିକ ଓ ସୁବ୍ୟବସ୍ଥିତ କରିବା ଦିଗରେ ସରକାରୀ ସ୍ତରରେ ଦୃଢ଼ ଓ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ପାଣି ଘେରରେ ଥିବା ଏହି ସରକାରୀ ଚିକିତ୍ସାଳୟର ଦୁରାବସ୍ଥା ସମ୍ପର୍କରେ “ଓଡ଼ିଆ ପୁଅ’ରେ ପ୍ରକାଶିତ ହୋଇଥିଲା। ଏହି ପରିଦର୍ଶନ ସମୟରେ ସିଡିଭିଓ ଡ଼. ସୁଶୀଲ କୁମାର ଧଳ ଉପସ୍ଥିତ ଥିଲେ।