Odiapua.com

ଭଦ୍ରକ ବିଧାୟକ ସୀତାଂଶୁଙ୍କୁ ନୂଆପଡ଼ା ବିଜ୍ଞାପିତ ଅଂଚଳ ଦାୟିତ୍ୱ, ଜୟ ଢୋଲକିଆଙ୍କୁ ବିଜୟୀ କରାଇବା ପାଇଁ ଘର ଘର ବୁଲିଲେ

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ନୂଆପଡ଼ା ଉପନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟିର ପ୍ରଚାର ଅଭିଯାନ ଏବେ ଶିଖରରେ ପହଂଚିଥିବାବେଳେ ଏହି ପବିତ୍ର ଲୋକତାନ୍ତ୍ରିକ ଯଜ୍ଞରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ତାଙ୍କର ପ୍ରଚାର ଜୋରଦାର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ପାର୍ଟିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରାଇବା ପାଇଁ ଅନେକ ମନ୍ତ୍ରୀ ଓ ବିଧାୟକ ନୂଆପଡ଼ାର ବିଭିନ୍ନ ଅଂଚଳରେ ଯୋଗଦେଇ ଜୋରଦାର ପ୍ରଚାର କରୁଥିବାବେଳେ ନୂଆପଡ଼ା ବିଜ୍ଞାପିତ ଅଂଚଳ ପରିଷଦର ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ର ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକର୍ତାମାନଙ୍କ ସହ ସମନ୍ୱୟ ରଖି ଘରେ ଘରେ ଯାଇ ଭୋଟ ଭିକ୍ଷା, ଆଶୀର୍ବାଦ ଓ ସମର୍ଥନ ଆହ୍ୱାନ ପାଇଁ ଦିନରାତି ଏକ କରିଦେଇଛନ୍ତି। ସେ ଦଳର ବହୁ କର୍ମକର୍ତାଙ୍କ ସହ ସ୍ଥାନୀୟ ଦଳୀୟ ଲୋକଙ୍କୁ ନେଇ ଘରେ ଘରେ “ପଦ୍ମ ହେଉଛି ବିକାଶର ପ୍ରତୀକ” ବାଣୀକୁ ଜନମନରେ ପହଂଚାଇ ଜନସମର୍ଥନ ହାସଲ କରୁଛନ୍ତି।