Odiapua.com

ଭଦ୍ରକ ବିଧାନସଭା ବିଜେପିର ମିଶ୍ରଣ ପର୍ବ

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦିପ ନାୟକ ନେତୃତ୍ୱରେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକର ବଣିଆ, ଜଗଦଳପୁର, ଗୋରାମାଟି ପଞ୍ଚାୟତର ଶତାଧିକ ବିଜୁ ଜନତାଦଳର କର୍ମୀ ନିଜ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନକଲ୍ୟାଣ ଯୋଜନାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗଦାନ କରିଥିବା କଥା ପ୍ରକାଶ କରିଛନ୍ତି । ବିଜୁ ଜନତା ଦଳ ଦୀର୍ଘ ୨୨ ବର୍ଷ ଶାସନରେ ରହି ଗରିବ ଲୋକଙ୍କୁ ସହାୟତା ପରିବର୍ତ୍ତେ ଶୋଷଣ କରୁଛନ୍ତି । ବିଜେଡି ଦଳର ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହୋଇ ଗଲେଣି । ବଣିଆ ପଞ୍ଚାୟତର ୨ଥର ସରପଞ୍ଚ ହୋଇଥିବା ଅଜୟ ସାମଲ ତାଙ୍କର ସହଯୋଗୀ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ପୂର୍ଣ୍ଣଚନ୍ଦ୍ର ନାୟକ, ରବିନ୍ଦ୍ର ଓଝା, ମଳୟ ନାୟକ, ଗଣେଶ ନାୟକ, ଭାଗିରଥୀ ମହାରଣା, ଜଗବନ୍ଧୁ ଓଝା, ଉଦୟ ପେଡା, ରତିରଂଜନ ରାଉତ, ଦିଲିପ ପାଢୀ, ରାଜେଶ ପାକଳ, ସରୋଜ ରାଉତ, ବିଏସ୍‌ପି ର ବିଧାୟକ ପ୍ରାର୍ଥୀ (ଭଦ୍ରକ ବିଧାନସଭା) ରାଜକିଶୋର ପାତ୍ର, ଭୀମସେନ ଶଙ୍ଖୁଆ, ବିଷ୍ଣୁ ଚାନ୍ଦ, ବିନୋଦ ସ୍ୱାଇଁ, ନରହରି ଓଝା, ଭୀମସେନ ସେଠୀ, ମୁରଲୀ ପଲାଇ, ରଂଜନ ପାକଳ, ଜଗନ୍ନାଥ ବେହେରା, ପ୍ରଦୋଷ ପାଢୀ,ଅଜୟ ଓଝା, ଜଗଦଳପୁର ପଞ୍ଚାୟତର ସୁଶାନ୍ତ ସାମଲ, ଦାମୋଦର ବେହେରା, ନିରଞ୍ଜନ ନାୟକ, ସଞ୍ଜୟ ବେହେରା, ବିଜୟ ଦାସ, ବାବୁରାମ ଜେନା, ଗିରିଧାରୀ ମଲ୍ଲିକ, ରବିନ୍ଦ୍ର ରଣା, ଗୋରାମାଟି ପଞ୍ଚାୟତର ହୃଷିକେଶ ସାହୁ, ବସନ୍ତ ମଲ୍ଲିକ, ବିଜୟ କୁମାର ଜେନା, କୃପାସିନ୍ଧୁ ଦାସ, ସୁକାନ୍ତ ସାହୁ, ଶରତ ସାହୁ, ଧର୍ମେନ୍ଦ୍ର ପାଢୀ ପ୍ରମୁଖ ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ବିନା ସର୍ତ୍ତରେ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ଜିତାଇବେ ବୋଲି ଦୃଢ ସଂକଳ୍ପ ନେଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ଅଶୋକ ପରିଜାଙ୍କ ସମେତ ଦେବରକୁଣ୍ଡ ମଣ୍ଡଳ ସଭାପତି ପ୍ରଭାକର ସାମଲ, ଶଶାଙ୍କ ଦାସ, ଅକ୍ଷୟ କୁମାର ସାହୁ, ବୃଷଭାନୁ ସାହୁ, ଭାଗିରଥୀ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ ।