Odiapua.com

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ ଅଲ୍ଲୀ ଖାନ୍ ନିର୍ବାଚିତ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ ଅଲ୍ଲୀ ଖାନ୍ ୧୩୫୭ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ରାଜ୍ୟ ଯୁବ କଂଗ୍ରେସ ନିର୍ବାଚନ ଅନଲାଇନ୍ ଭୋଟିଂ ମାଧ୍ୟମରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ଏକମାସ ଧରି ହୋଇଥିବାବେଳେ ଏହାର ଫଳାଫଳ ଗତକାଲି ପ୍ରକାଶ ପାଇଥିଲା । ଏହି ଅନଲାଇନ୍ ଭୋଟିଂ ପ୍ରକ୍ରିୟାରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ୍ ଅଲ୍ଲୀ ଖାନ୍ ନିର୍ବାଚିତ ହୋଇଛନ୍ତି । ଇଲିୟାନ ଅଲ୍ଲୀ ଖାନ୍ ଏହି ବିଜୟ ପାଇଁ ଭଦ୍ରକ ଜିଲା କଂଗ୍ରେସ କମିଟି ସଭାପତି ଅଶୋକ ଦାସ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ପୂର୍ବତନ ରାଜ୍ୟ କଂଗ୍ରେସ ସଂପାଦକ ଦେବରୂପ ମହାନ୍ତି, ରାଜ୍ୟ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସଙ୍କୁ କତଜ୍ଞତା ଜ୍ଞାପନ କରିଛନ୍ତି ।