Odiapua.com

ଭଦ୍ରକ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶେଖର ମହାପାତ୍ର, ବରିଷ୍ଠ ନେତା ଅଜୟ ମଲ୍ଲିକ, ଭାସ୍କର ସାହୁଙ୍କ ସମେତ ବହୁ ମଣ୍ଡଳ ସଭାପତି, ବୁଥ ସଭାପତି, ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହି ପତାକା ଉତୋଳନ କରିଥିଲେ। ଏହାପରେ ମିଷ୍ଟାନ୍ନ ବଂଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତବାସୀଙ୍କ ସେବାରେ ଭାରତୀୟ ଜନତା ପାର୍ଟି ଆଜିକୁ ୪୬ ବର୍ଷ ତଳେ ସମାଜର ଅନ୍ତିମ ଧାଡ଼ିରେ ଠିଆ ହୋଇ ଥିବା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକାତ୍ମ ମାନବବାଦ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଚାଲିବା ଆରମ୍ଭ କରିଥିଲା। ଯାହାକି ଆଜି ଆମ ଦେଶ ଭାରତ ବର୍ଷକୁ ବିଶ୍ୱଗୁରୁ ପଦରେ ଆସୀନ କରାଇବା ଦିଗରେ ଅଗ୍ରସର ହେଉଛି। ଭାରତୀୟ ଜନତା ପାର୍ଟି ହେଉଛି ରାଷ୍ଟ୍ରବାଦର ଦଳ, ଦଳ ପାଇଁ ରାଷ୍ଟ୍ର ହିତ ସର୍ବୋପରି। ଆଜି ଦଳର ସ୍ଥାପନା ଦିବସ ଅବସରରେ ବିଚାରଧାରା ପାଇଁ ନିଜକୁ ସମର୍ପିତ କରିଥିବା ମହାନୁଭବ ମାନଙ୍କୁ ସ୍ମରଣ କରିବା ଉଚିତ୍ ବୋଲି ସେ କହିଥିଲେ। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜାତୀୟତାବାଦୀ ଚିନ୍ତାଧାରା ଏବଂ ଆଦର୍ଶ ପ୍ରେରଣାରେ ଗଠିତ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କେବଳ ଏକ ରାଜନୈତିକ ଘଟଣା ନଥିଲା, ବରଂ ଦେଶକୁ ପୁନଃନିର୍ମାଣ କରିବାର ଏକ ପ୍ରତିଜ୍ଞା ଥିଲା। ସମାଜର ଶେଷ ଧାଡ଼ିର ଲୋକଙ୍କ କଲ୍ୟାଣର ମୂଳ ଲକ୍ଷ୍ୟ ସହିତ ଆରମ୍ଭ ହୋଇଥିବା ବିଜେପି, ମୋଦିଜୀଙ୍କ ନେତୃତ୍ୱରେ, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ମନ୍ତ୍ରକୁ ସାକାର କରିଛି। ଦେଶକୁ ତୁଷ୍ଟୀକରଣରୁ ମୁକ୍ତ କରି ଏବଂ ସୁଶାସନ ଓ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରର ମୂଲ୍ୟକୁ ମଜବୁତ କରିଛି। ଆଜି, ବିଜେପି କେବଳ ଏକ ଦଳ ନୁହେଁ, ବରଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ପ୍ରତିନିଧି ପାଲଟିଛି ବୋଲି ସେ କହିଥିଲେ।