Odiapua.com

ଭଦ୍ରକ – ବିଜେପିର ମିଶ୍ରଣ ପର୍ବ

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ପଂଚାୟତର ସମିତିସଭ୍ୟ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ପରମେଶ୍ୱର ବାରିକ, ଗୋବିନ୍ଦପୁର ପଂଚାୟତର ସରପଂଚ ସସ୍ମିତା ମହାପାତ୍ର ଓ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭବେନ୍ଦ୍ର ସାହୁ ଙ୍କ ସହିତ ୫୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଯଥାକ୍ରମେ କମ୍ୟୁନିଷ୍ଟ ଓ ବିଜୁ ଜନତା ଦଳ ପରିତ୍ୟାଗ କରି ଭଦ୍ରକ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର,ଲୁଲୁ ଭାଇଙ୍କ ଉପସ୍ଥିତିରେ ସମସ୍ତ ନେତୃତ୍ୱଙ୍କୁ ଭାରତୀୟ ଜନତା ପାର୍ଟିର ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।