ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କଲ୍ୟାଣକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ଭରସା ବଢ଼ୁଛି।ଆଜିର ମିଶ୍ରଣ ପର୍ବ ଏହାର ଏକ ଝଲକ ବୋଲି ଆଜି ଜିଲା ବିଜେପି ବିଧାନସଭା କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି। ଏବଂ ଭଦ୍ରକକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ବିଜେପିର ପ୍ରୟାସକୁ ଦୀର୍ଘ ୨୪ ବର୍ଷ ଶାସନରେ ଥିବା ବର୍ତମାନର ବିରୋଧୀ ଦଳ ନେତାମାନେ ଯେଭଳି ଭାବେ ଉଚ୍ଛେଦ ବ୍ୟବସାୟୀଙ୍କୁ ଆୟୁଧ କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେଥିପ୍ରତି ଗଣମାଧ୍ୟମ ପ୍ରତିନିଧି ମାନେ ସଜାଗ ରହି ସକରାତ୍ମକ ଲେଖନୀ ଚାଳନା କରିବା ଉଚିତ୍ ବୋଲି କହିଛନ୍ତି। ଆଜି ଏହି ମିଶ୍ରଣ ପର୍ବରେ ଭଦ୍ରକ ନିର୍ବାଚନ ମଣ୍ଡଳୀ “ଚଣ୍ଡିଗାଁ ପଂଚାୟତର” କଂଗ୍ରେସ ଦଳର ଯୁବ ନେତୃତ୍ୱ ସୁଧାଂଶୁ ସେଖର ରାଉତ,”ଏରଡା ପଂଚାୟତର” ସମିତି ସଭ୍ୟା ପୁଷ୍ପାରାଣୀ ବଳ ଓ ୱାର୍ଡ ମେମ୍ବର ମାନସ ଜେନା ଏବଂ ବିଜେଡ଼ି ଦଳର ସକ୍ରିୟ ନେତୃତ୍ୱ ଭକ୍ତ ଚରଣ ମହାନ୍ତି,”ଗୋରାମାଟି ପଂଚାୟତର” ସରପଂଚ ଭାଗ୍ୟବତୀ ମହାକୁଡ “ପୌରପାଳିକା ଅନ୍ତର୍ଗତ ୫ ନମ୍ବର ୱାର୍ଡ” ବିଜେଡି ଦଳର ସକ୍ରିୟ ନେତୃତ୍ୱ କିଶୋର କୁମାର ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେଡ଼ି ଦଳ ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଥିଲେ। ଯୋଗଦେଇଥିବା ନେତୃତ୍ୱ ଓ କର୍ମକର୍ତାଙ୍କ ରାଜନୈତିକ ଅନୁଭବ ଏବଂ ଉପସ୍ଥିତି ଉକ୍ତ ପଂଚାୟତ ସମେତ ବିଜେପି ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବେ ବୋଲି ଆହ୍ୱାନ ଦେଇ ନୂତନ କରି ଯେଉଁମାନେ ସାମିଲ ହେଲେ ସମସ୍ତଙ୍କୁ ବିଜେପି ପରିବାରକୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ବିଧାୟକ ଶ୍ରୀ ମହାପାତ୍ର। ଏହି ମିଶ୍ରଣ ପର୍ବରେ ଜିଲା ପରିଷଦ ସଭ୍ୟ ମଳୟ ଜେନା, ଜିଲା ଉପସଭାପତି ତଥା ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ଶରତ ପଢିହାରୀ, ଅମ୍ବିକା ଦାସ, ଭାସ୍କର ସାହୁ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।