Odiapua.com

ଭଦ୍ରକ ବିଜେଡିରେ ମିଶ୍ରଣ ପର୍ବ, ଅର୍ଣ୍ଣପାଳ ପଞ୍ଚାୟତର ବିଜେପି ସରପଞ୍ଚ ଓ ଶତାଧିକ ସରପଞ୍ଚ ବିଜେଡିରେ ଯୋଗଦେଲେ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ବାସଭବନରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ବ୍ଲକ ଅଧିନ ଅର୍ଣ୍ଣପାଳ ପଞ୍ଚାୟତର ବିଜେପି ସମର୍ଥନରେ ବିଜୟୀ ହୋଇଥିବା ସରପଞ୍ଚଙ୍କ ସମେତ ପଞ୍ଚାୟତ ଓ ଜୋନସ୍ତରୀୟ ଅନେକ ଟାଣୁଆ ବିଜେପି ନେତା ଓ ସେମାନଙ୍କ ଶତାଧିକ କର୍ମୀମାନେ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ବିକାଶଧାରା ଓ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକଙ୍କ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅର୍ଣ୍ଣପାଳ ପଞ୍ଚାୟତ ସରପଞ୍ଚ ମୀନାରାଣୀ ମଲ୍ଳିକ, ପଞ୍ଚାୟତର ଲଢୁଆ ନେତା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକର ମହାଳିକ, ନାଏବ ସରପଞ୍ଚ ଲକ୍ଷ୍ମୀଧର ବାହାଳ, ବିଜେପିର ପ୍ରାକ୍ତନ ଜୋନ୍ ସଭାପତି ଆଲୋକ ମହାନାୟକ, ସୁରେନ୍ଦ୍ର ମହାଳିକ, ଶିକ୍ଷାବିତ ପ୍ରଶାନ୍ତ କୁମାର ନାୟକ, ଜଗବନ୍ଧୁ ବେହେରା, ସନ୍ତୋଷ ସାହୁ, ୱାର୍ଡସଭ୍ୟ ବାପି ରାଉତ, ୱାର୍ଡସାହୁ ସୀତାକାନ୍ତ ରାଉତ, ଗଦାଧର ପାଣିଗ୍ରାହୀ, ସନ୍ତୋଷ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ଶତାଧିକ ସମର୍ଥକମାନେ ବିଜେପି ତ୍ୟାଗ କରି ବିଜେଡିରେ ଯୋଗଦାନ କରିଥିଲେ।

ବିଜେଡିରେ ଯୋଗଦାନ କରିଥିବା ସରପଞ୍ଚ, ବରିଷ୍ଠ ନେତା ଓ କର୍ମୀମାନଙ୍କୁ ବିଧାୟକ ଶ୍ରୀ ମଲ୍ଳିକ ଦଳୀୟ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଜାରି ରଖିବାକୁ ଅର୍ଣ୍ଣପାଳ ପଞ୍ଚାୟତବାସୀମାନେ ଆଜି ବିଜେଡିରେ ଯୋଗଦାନ କରିଥିବାରୁ ସେମାନଙ୍କୁ ବିଧାୟକ ଶ୍ରୀ ମଲ୍ଳିକ ସାଧୁବାଦ ଜଣାଇବା ସହ ସମସ୍ତେ ମିଳିମିଶି ଅର୍ଣ୍ଣପାଳ ପଞ୍ଚାୟତକୁ କିପରି ୧ନମ୍ବର ପଞ୍ଚାୟତ ଭାବେ ପରିଗଣିତ କରିବେ ସେ ଦିଗରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଳା ବିଜେଡି ଉପସଭାପତି ମଳୟ ଜେନା, ଜିଲ୍ଲା ବିଡେି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଯୋଗେନ୍ଦ୍ର ଘଡେଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଇଂ.ପ୍ରିୟବ୍ରତ ଜେନା, ଭଦ୍ରକ ବ୍ଳକ ଉପାଧ୍ୟକ୍ଷ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ବରିଷ୍ଠ ବିଜେଡି ନେତା ପ୍ରଭାତ ଜେନା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ବିକାଶ ଶ୍ରେଷ୍ଠା, ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ସରପଞ୍ଚ ଇଂ.ଏମଡି ଫରହତ ଆଲାମ ଖାଁ, ବରିଷ୍ଠ ନେତା-ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।