Odiapua.com

ଭଦ୍ରକ ବାଣିଜ୍ୟ ମେଳା କମିଟି ପକ୍ଷରୁ କର୍ମ ନିଯୁକ୍ତି ଆଲୋଚନା ଚକ୍ର

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଣିଜ୍ୟ ମେଳା କମିଟି ତରଫ ରୁ ଭଦ୍ରକ କଲେଜ କମେର୍ସ ଦିପାର୍ଟମେଂଟରେ ଏକ କର୍ମ ନିଯୁକ୍ତି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସେଥିରେ କମେର୍ସ ଦିପାର୍ଟମେଂଟର ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା । ଡିପାର୍ଟମେଂଟର ମୁଖ୍ୟ ଡ. ପ୍ରଦିପ କୁମାର ପ୍ରଧାନ ଅତିଥି ପରିଚୟ କରାଇ ଥିଲେ । ଅତିଥି ମାନଙ୍କ ମଧ୍ୟ ରେ ଭଦ୍ରକ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତିତ୍ୱ କରିଥଲେ । ମନୋଜ କୁମାର ରାୟ, ପରିଚାଳନା ନିର୍ଦ୍ଦେଶକ, ମାକ୍ରୋବେବ ଟେକ୍ନୋଲୋଜି ତଥା ଭଦ୍ରକ ବାଣିଜ୍ୟ ମେଳା ର ଆବାହକ କିପରି ବ୍ୟବସାୟ କୁ ପାଥେୟ କରି ନିଜ ଜୀବନକୁ ପରିବର୍ତନ କରିପାରିବା ସହ ଅନେକ ପରିବାର କୁ ରୋଜଗାରକ୍ଷମ କରିବା ବିଷୟରେ ତାଙ୍କ ଅଭିଭାଷଣ ରେ କହିଥିଲେ । ଭଦ୍ରକ ମହାବିଦ୍ୟାଳୟ ର ପ୍ରିନିସିପାଲ ଡ଼. ଦୁର୍ଗା ପ୍ରସନ୍ନ ଦାସ ଏମିତି ଏକ ସେମିନାର ର ଆୟୋଜନ କରିଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ଶିଳ୍ପ ଅଧିକାରୀ ଶଶୀ ଶେଖର ବେହେରା ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ.ସାର୍ଥକ କୁମାର ଜେନା, ଡ. ରମେଶ ଚନ୍ଦ୍ର ଦାସ, ଡ଼. ପ୍ରତାପ ଚନ୍ଦ୍ର ସାହୁ, ଦୁଖୀରାମ ନାୟକ ଏବଂ ରଶ୍ମିତା ବେହେରା ଆଦି ଆଲୋଚନା ଚକ୍ରରେ ଯୋଗଦାନ କରିଥିଲେ ।