Odiapua.com

ଭଦ୍ରକ ବାଙ୍କାବଜାରରେ ଖ୍ୱାର୍ଜା ଗରିବ ନଓାଜ୍ (କେ.ଜି.ଏନ)କମିଟି ପକ୍ଷରୁ ୨୨ତମ ବାର୍ଷିକ ଉତ୍ସବ

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ପୁରୁଣାବଜାରସ୍ଥିତ ବାଙ୍କାବଜାରଠାରେ ଖ୍ୟୁର୍ଜା ଗରିବ ନୱାଜ୍‌(କେ.ଜି.ଏନ) କମିଟି ପକ୍ଷରୁ ଏକ କବି ସମ୍ମିଳନୀ ଏବଂ ମୁଶାୟରା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବହୁ ବିଶିଷ୍ଟ ଉର୍ଦ୍ଧୁ କବିଙ୍କ ମଧ୍ୟ ମୁମ୍ବାଇର ଅଲତାଫ୍ ଜିୟା, ଛତିଶଗଡ଼ର ବିଶିଷ୍ଟ କବି ଖୁର୍‌ସିଦ୍ ତହ୍ଲା, ବିହାରର ପଲାମୋ ଜିଲ୍ଲାର ହସନ୍ ରୋଜା ଫଏଜି, ଦିଲ୍ଳୀର କବି ଗୁଲଫାମ୍ ହସିନ୍‌ି , କଲିକତାର କବି ଅବାସ୍ ରୋଜା ନୁରି ଏବଂ ଭଦ୍ରକର କବି ହାଫିଜ୍ ଅସଲମ୍ ରୋଜା ପ୍ରମୁଖ ଯୋଗଦେଇ ଖ୍ୱାର୍ଜା ଗରିବ ନଓାଜ୍‌ଙ୍କ ଆଦର୍ଶ ଓ ନୀତି ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିଭିନ୍ନ ନୀତିବାଣୀ ଓ ଧର୍ମ ଉପରେ ଉର୍ଦ୍ଧ୍ୱ ଭାଷାରେ କବିତା ପାଠ କରିଥିଲେ । ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିଭାବେ ପୁରୁଣାବଜାର ଥାନାର ଥାନାଧିକାରୀ ଗଣେଷ କୁମାର ପ୍ରଧାନ, ଚଉଦମହଲା ମୁସିଲିମ୍ ଜମାତର ସଭାପତି ହାଜି ଅବଦୁଲ୍ ବାରୀ କେ.ଜି.ଏନ କମିଟିର ଉପଦେଷ୍ଟା,ପୂର୍ବତନ କାଉନ୍‌ସିଲର ଅବଦୁଲ୍ ମୁକିଦ୍ ଖାନ୍ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କେ.ଜି.ଏନ. କମିଟିର ସଭାପତି ସେକ୍ ନସିମ୍‌, ଉପସଭାପତି ଜୁଲ୍‌ଫାମ୍ ଅଲ୍ଳିଖାନ୍‌, ସାଧାରଣ ସଂପାଦକ କଲିମ୍‌ଉଦ୍ଦିନ୍ ଖାନ୍‌, ଯୁଗ୍ମ ସଂପାଦକ ସେକ୍ ଚାନ୍ଦ ମହମ୍ମଦ, ଉପଦେଷ୍ଟା ଦେବେନ୍ଦ୍ର ରାଉତ, ଅନ୍ୟତମ ଉପଦେଷ୍ଟା ବାବାଜି ଜେନା, କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଭଦ୍ରକର ଉର୍ଦ୍ଧ୍ୱ କବି ହାଫିଜ୍ ଅସଲମ୍ ରୋଜାଙ୍କ ସଂଯୋଜନାରେ ଏହି କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କବି ସମ୍ମିଳନୀରେ ଉଭୟ ସଂପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ଶେଷରେ ଏମ୍ ଡ଼ି ଲିୟାକତ୍ ଧନ୍ୟବାଦ ଅର୍ପଣ କରିଥିଲେ ।