Odiapua.com

ଭଦ୍ରକ ବସ୍ ସିଣ୍ଡିକେଟ ନବ ଗଠିତ କର୍ମକର୍ତ୍ତାଙ୍କ କରୋନା ପୁନଃ ସଂକ୍ରମଣ ଓ ସମ୍ଭାବ୍ୟ ଅଂଶୁଘାତ ସଚେତନତା ଶିବିର

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀର ପୁନଃ ସଂକ୍ରମଣ ଓ ପ୍ରଚଣ୍ଡ ରୌଦ୍ରତାପର ଆଶଙ୍କା ପୂର୍ବକ ସମ୍ଭାବ୍ୟ ଅଂଶୁଘାତର କଡ଼ା ମୁକାବିଲା କରିବା ପାଇଁ ଏକ ସଚେତନତା ଶିବିର ଓ ପ୍ରସ୍ତୁତି ବୈଠକ ଭଦ୍ରକ ବସ୍ ସିଣ୍ଡିକେଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସିଣ୍ଡିକେଟର ସଭାପତି ମୀର ଅବଦୁଲ ରୌଫ୍ ସଭାପତିତ୍ୱ କରିଥିବା ବେଳେ ସଣ୍ଡିକେଟର ସାଧାରଣ ସମ୍ପାଦକ ଦିଲିପ ନାୟକ ଶିବିରର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ରୌଦ୍ରରେ ବସ୍‌ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା, କରୋନା ସଂକ୍ରମଣରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ମାସ୍କ ବ୍ୟବହାର ଓ ଯାତ୍ରୀମାନେ ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ରେ ଯେପରି ଯାତାୟତ କରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାବ୍ୟତୀତ ଚଳାଚଳ କରୁଥିବା ସସସ୍ତ ବସ୍‌ର କଣ୍ଡକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ବିନା ମାସ୍କ ଓ ସାନିଟାଇଜରରେ ଯାତ୍ରୀମାନଙ୍କୁ ବସ୍ ଭିତରକୁ ପ୍ରବେଶ କରାଇବାକୁ ବାରଣ କରିବା ପାଇଁ ବସ୍ ମାଲିକମାନଙ୍କୁ କହିଥିଲେ । ସିଣ୍ଡିକେଟର ଉପସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତ କରୋନା ସମୟରେ ଘଟିଯାଇଥିବା ବିପର୍ଯ୍ୟୟ ଓ ଦୁର୍ଦ୍ଦଶାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

ସରକାରଙ୍କ ପକ୍ଷରୁ ଟୀକାକରଣ ବ୍ୟବସ୍ଥାକୁ ସମସ୍ତେ ଗ୍ରହଣ କରିନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ପାର୍ଥସାରଥି ମହାପାତ୍ର ଓ ଶ୍ୟାମସୁନ୍ଦର ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ସରକାରଙ୍କ କରୋନା ଜନିତ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରି ଯାତ୍ରୀମାନଙ୍କ ଶୃଙ୍ଖଳିତ ଯାତ୍ରା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ସଂଘର ବରିଷ୍ଠ ସଦସ୍ୟ ସୋମନାଥ ସାହୁ (ପଦୁ ବାବୁ) ବୈଠକ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଦିଲିପ ମହାନାୟକ ଓ ସହକୋଷାଧ୍ୟକ୍ଷ ଅଭୟ କୁମାର ପାଢୀ, ସହସମ୍ପାଦକ ପ୍ରଫୁଲ୍ଲ କର, ବିଶ୍ୱଜିତ ସାହୁ, ରବିନାରାୟଣ ପଣ୍ଡା, ବାଜ୍ ଅହମ୍ମଦ ଖାଁ ପ୍ରମୁଖ କର୍ମକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ଉପରେ ସୁଚିନ୍ତିତ ମତ ରଖିଥିଲେ । ବରିଷ୍ଠ ସଭ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ଦାସ, ଦୁର୍ଗାପ୍ରସାଦ ପାଳକ, ରତିକାନ୍ତ ପରିଡ଼ା, ରବିନ୍ଦ୍ର କୁମାର ଦାସ, ନିର୍ମଳ କର, ଗଣେଶ ଚନ୍ଦ୍ର ଜେନା, ଅମୀୟ ମହାନ୍ତି, ଲାଲୁ ବାବୁ ପ୍ରମୁକ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ବସ୍‌ଷ୍ଟାଣ୍ଡରେ ଯାତ୍ରୀ ତଥା ବସ୍ କର୍ମଚାରୀମାନଙ୍କ ମଧ୍ୟରେ ମାସ୍କ ବଣ୍ଟନ କରାଯିବ ଓ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଜଳଯୋଗାଣ ସହ ବିହିତ ପଦକ୍ଷେପମାନ ନିଆଯିବାକୁ ପ୍ରସ୍ତାବ ଦେଇଥିଲେ ।