Odiapua.com

ଭଦ୍ରକ ବସ୍ ସିଣ୍ଡିକେଟ୍ ସଭାପତି ମାଙ୍ଗୁ ବାବୁଙ୍କ ଅକାଳ ବିୟୋଗରେ ଶୋକ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସନ୍ଧ୍ୟା ୭ଟା ସମୟରେ ସମ୍ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଦ୍ରକ ବସ୍ ସିଣ୍ଡିକେଟ୍ ସଭାପତି ମୀର ଅବଦୁଲ ରୌଫ ଓରଫ ମାଙ୍ଗୁ ବାବୁଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ଏଥିପାଇଁ ବସ୍ ସିଣ୍ଡିକେଟ୍‌ର ସାଧାରଣ ସଂପାଦକ ଦିଲ୍ଲୀପ ନାୟକ, ଉପ ସଭାପତି ଗଗନ ବିହାରୀ ରାଉତ, ଯୁଗ୍ମ ସଂପାଦକ ପାର୍ଥ ସାରଥୀ ମହାପାତ୍ର ଓ ଶ୍ୟାମସୁନ୍ଦର ନାୟକ, ସହ ସଂଯୋଜକ ବାଜ ଅହମ୍ମଦ ଖାନ୍‌, ରବି ନାରାୟଣ ପଣ୍ଡା, ପ୍ରଫୁଲ୍ଲ କର, ବିଶ୍ୱଜିତ୍ ସାହୁ ଓ କୋଷାଧ୍ୟକ୍ଷ ଦିଲ୍ଲୀପ ନାୟକ ଏବଂ ଆସୋସିଏସନ୍‌ର କର୍ମୀମାନେ ଗଭୀର ଶୋକବ୍ୟକ୍ତ କରି ଭଦ୍ରକ ବସ୍ ସିଣ୍ଡିକେଟ୍‌ର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ପରିଡା, ଦୁର୍ଗା ପ୍ରସାଦ, ଗଣେଶ ଚନ୍ଦ୍ର ଜେନା, ନିର୍ମଳ ଚନ୍ଦ୍ର କର, ସୋମନାଥ ସାହୁ, ଅଭୟ କୁମାର ପାଢୀ, ପର୍ଶୁରାମ ପାଢୀ, ରବିନାରାୟଣ ଦାଶ, ଦୀପକ କୁମାର ନାୟକ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ବସ୍ ଚଳାଚଳ କ୍ଷେତ୍ରରେ ଶୃଙ୍ଖଳା ଓ ଯାତ୍ରୀମାନଙ୍କ ସୁବିଧା ସହଯୋଗ କ୍ଷେତ୍ରରେ ମଧ୍ୟ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଥିଲେ ।