Odiapua.com

ଭଦ୍ରକ ବସ୍ ସିଣ୍ଡିକେଟ୍‌ର ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁବର୍ଷ ଭଳି ଏଥର ଭଦ୍ରକ ବସ୍ ମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲାପାଳ ଦିଲ୍ଲୀପ ରାଉତରାଏ ଆନୁଷ୍ଠାନିକ ଭାବେ ପିତା କାଟି ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଅବସରରେ ଯୋଗଦେଇ ଜିଲାପାଳ ଶ୍ରୀ ରାଉତରାଏ କହିଲେ ଯେ ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଭଦ୍ରକ ବସ୍ ସିଣ୍ଡିକେଟ୍ ସବୁବର୍ଷ ସଂପାଦନ କରିଆସୁଥିବା ଘଟଣା ବେଶ୍ ପ୍ରଶଂସନୀୟ। ବିଶେଷକରି ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ରକ୍ଷା ଦିଗରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ କହିଥିଲେ। ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହାପରେ ସିଣ୍ଡିକେଟ୍ ପକ୍ଷରୁ ୭୦ ରୁ ବସ୍ ଡ୍ରାଇଭରମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେହିପରି ବସ୍‌ରେ ନିଆଁ ଲାଗିଲେ ଲିଭାଇବା ପାଇଁ ଅଗ୍ନି ନିରାପତା ଯନ୍ତ୍ରର ବ୍ୟବହାର କିଭଳି କରାଯିବ, ସେଥିପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲା ଅଗ୍ନିଶମ ବିଭାଗର ଆସିଷ୍ଟାଂଟ ଫାୟାର ଅଫିସର ପି ସୋରେନ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏହି ଅନୁଷ୍ଠିତ କାର୍ଯ୍ୟକ୍ରମଟି ବସ୍ ସିଣ୍ଡିକେଟ୍‌ର ସଭାପତି ଶ୍ରୀନିବାସ ପତି, ଉପସଭାପତି ହେମନ୍ତ ପାଢୀ, ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ମହାପାତ୍ର, ନିଶିକାନ୍ତ ପଣ୍ଡା, କୈଳାସ ସାହୁ, ସତ୍ୟରଞ୍ଜନ ସାହୁ, ସୁଧାଂଶୁ ପାଣିଗ୍ରାହୀ ପ୍ରମୁଖ କର୍ମକର୍ତା ଓ ସଂଘର ବରିଷ୍ଠ ସଦସ୍ୟ ରତିକାନ୍ତ ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ସିଡିଏମ୍‌ଓ ସୁଧୀରଂଜନ ନାୟକ, ଏମ୍‌ଭିଆଇ ବାମଦେବ ସାହୁ, ଏଆରଟିଓ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ।