Odiapua.com

ଭଦ୍ରକ ପ୍ରସିଦ୍ଧ କାଳୀପୂଜାର ଆଜି ୭ମ ଦିବସ, ରାଜଘାଟ ମା’ଙ୍କ ମୂର୍ତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ପ୍ରସିଦ୍ଧ କାଳୀପୂଜାକୁ ୬ଷ୍ଠ ଦିନ। ୩୧ ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ଭଦ୍ରକ କାଳୀପୂଜାର ମାହୌଲ ଜମୁଥିବାର ଦେଖାଯାଇଛି। ରାଜଘାଟ ପୂଜା କମିଟି ଦ୍ୱାରା ଆୟୋଜିତ ଉତ୍ସବର ଇତିହାସ ଅତିପ୍ରାଚୀନ ନହେଲେ ମଧ୍ୟ ଚଳିତବର୍ଷ ଚଳିତଥର ୫୨ବର୍ଷରେ ପହଂଚିଛି। ଏହାର ସାଜସଜ୍ଜା କୌଣସି ଗୁଣରେ କମ୍ ନୁହେଁ। ଏହି କମିଟିର ମୂର୍ତି ଓ ପାଶ୍ୱର୍ମୂର୍ତିକୁ ଅତି ଆକର୍ଷଣୀୟ କରିଛନ୍ତି ଶିଳ୍ପୀମାନେ। ପାଶ୍ୱର୍ମୂର୍ତି ମଧ୍ୟରେ କାର୍ତିକେ ପଡିଛି କାଳୀ ଯାତରା, ଗୀତ ଗାଇ ଆସ ନାଚିବା ପରା, ବାରମାସେ ତେର ପରବ ପରା, କିନ୍ନର ଦିଅନ୍ତି ଆଶୀର୍ବାଦ, ଭକ୍ତ ରାମକୃଷ୍ଣ ଯୋଗାଇ ଦିଅନ୍ତି କାଳୀ କାଟୁଛନ୍ତି ଧାନ- ସାରଦା ଦେବୀ ଯେ ପାଛୋଡି ପକାନ୍ତି, ସାମାଜିକ ସଂସ୍କାରର ଦୃଢ ପଦକ୍ଷେପ ‘ବିଧବା ବିବାହ’ ଆଣିଦିଏ ଅଭାଗିନୀ ପ୍ରାପ୍ୟ, ଭୂତ ଓ କଂକାଳ ମାନଙ୍କର ରେକର୍ଡଡ୍ୟାନ୍ସ ଭଳି ଭେଳିକି ଭେଳି ଦୃଶ୍ୟ ଶ୍ରଦ୍ଧାଳୁମାନଙ୍କ ମନ ମୋହୁଛି। ଏବଂ ତା ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଯଥା, ଚାଟ, ଗୁପଚୁପ୍‌, ଚାଓମିନ୍‌, ଆଇସ୍‌କ୍ରିମ୍‌ର ମଧ୍ୟ ଦର୍ଶକ ମଜା ନେଉଥିବାର ଦେଖାଯାଇଛି। ଚଳିତବର୍ଷ ପ୍ରାୟ ୬/୭ ଲକ୍ଷ ଟଙ୍କା ବ୍ୟୟ ହୋଇଛି ବୋଲି କହିଛନ୍ତି ସଭାପତି ଅଶୋକ କୁମାର ନାୟକ, ସଂପାଦକ ବ୍ରଜଗୋପାଳ ଦାସ ଓ କୋଷାଧ୍ୟକ୍ଷ ଆଶିଷ ଅମିତାଭ୍ ମହାପାତ୍ର। ରାତି ସମୟରେ ଅଧିକ ଭିଡକୁ ଲକ୍ଷ୍ୟ ରଖି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପକେଟମାର୍ ଓ ସୁନାଗହଣା ଛିନତାଇ ଯେଭଳି ନହୋଇପାରିବ, ସେଥିପ୍ରତି ମଧ୍ୟ ସଜାଗ ରହିଛି।