ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏଥିନେଇ ଆଜି ଜିଲା ବିଜେଡି କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟକୁ ନେଇ ପୌରାଧ୍ୟକ୍ଷ ଗୁଲମକୀ ଦଲୱାଜି ହବିବ, ବ୍ଲକ୍ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ନାସିରୁଦ୍ଦିନ୍ ଖାନ୍, ବିକାଶ ଶ୍ରେଷ୍ଠା, ରଘୁନାଥ ପଣ୍ଡା, କାଉନ୍ସିଲର ଦିଲୀପ କୁମାର ନାୟକ, ସୟଦ ନାସର ଅଲ୍ଲୀ, ଖଗେଶ୍ୱର ବାରିକ, ସହିଦ ଖାନ୍, ପଙ୍କଜ ବଳ ପ୍ରମୁଖ ଶାସକ ଦଳ ବିଜେପିର ଏହି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏ ସଂପର୍କରେ ବିଜୁ ଜନତା ଦଳ ଭଦ୍ରକ ପୌରାଂଚଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାଖଲ କରାଯାଇଥିବା ଏକ ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରୁ ବାଦ ଦେବା ଉଦ୍ଦେଶ୍ୟରେ ସଂଘବଦ୍ଧ ଓ ଯୋଜନାବଦ୍ଧ ଭାବରେ ବହୁ ସଂଖ୍ୟକ ୭ ନମ୍ବର ଫର୍ମ ଦାଖଲ କରାଯାଉଛି। ଦାବିପତ୍ରରେ କୁହାଯାଇଛି ଯେ, କେତେକ ବୁଥରେ ଜଣେ ଜଣେ ଅଭିଯୋଗକାରୀ ୧୦୦ରୁ ଅଧିକ ଭୋଟରଙ୍କ ବିରୋଧରେ ଭିତିହୀନ ଓ ମିଥ୍ୟା ଅଭିଯୋଗ ଦାଖଲ କରିଛନ୍ତି। ଏପରି ବହୁ ସଂଖ୍ୟକ ଅଭିଯୋଗ ଏକାସାଙ୍ଗରେ ଦାଖଲ ହେବା ନେଇ ସନ୍ଦେହ ପ୍ରକାଶ କରାଯାଇଛି। ବିଜେଡି ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ୭ ନମ୍ବର ଫର୍ମଗୁଡ଼ିକ ହାତରେ ପୂରଣ କରାଯାଇନଥିବାବେଳେ ଡିଟିପି ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଶତାଧିକ ଫର୍ମରେ ଠିକଣା ଓ ଅନ୍ୟାନ୍ୟ ବିବରଣୀ ସମାନ ରହିଥିବାବେଳେ କେବଳ ଭୋଟରଙ୍କ ନାମ ପରିବର୍ତନ କରାଯାଇଥିବାରୁ ଏହା ଏକ ସଂଗଠିତ ପ୍ରକ୍ରିୟାର ସୂଚନା ଦେଉଥିବା ଦଳ କହିଛି। ଦାବିପତ୍ରରେ ଆହୁରି ଉଲ୍ଲେଖ ହୋଇଛି ଯେ, ଏପରି ଅଭିଯୋଗ ଦାଖଲ କରୁଥିବା କେତେକ ବ୍ୟକ୍ତି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଏବଂ ବୁଥ ଲେଭେଲ ଏଜେଂଟ ଭାବେ କାର୍ଯ୍ୟ କରୁଛନ୍ତି। ଉଦାହରଣ ସ୍ୱରୂପ ଦିଲ୍ଲୀପ କୁମାର ପାଢ଼ୀ ଓ ସରୋଜ କୁମାର ରାଉତଙ୍କ ନାମ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତତା ଥିବା ମଧ୍ୟ ଅଭିଯୋଗ କରାଯାଇଛି। ବିଜେଡିର ଅଭିଯୋଗ ଅନୁଯାୟୀ, ଯେଉଁ ବୁଥଗୁଡ଼ିକରେ ମୁସଲିମ ସମ୍ପ୍ରଦାୟର ଭୋଟର ସଂଖ୍ୟା ଅଧିକ, ସେହି ବୁଥଗୁଡ଼ିକୁ ଅଧିକ ମାତ୍ରାରେ ଟାର୍ଗେଟ କରାଯାଉଥିବା ପରି ଦେଖାଯାଉଛି। ଦଳ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବିଏଲ୍ଏମାନେ ଭିତିହୀନ ଅଭିଯୋଗପତ୍ର ଗ୍ରହଣ କରିବାକୁ ଅନିଚ୍ଛୁକ ଥିବା ସତ୍ୱେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସେଗୁଡ଼ିକୁ ଗ୍ରହଣ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ରହିଛି। ଅନ୍ୟପଟେ ବିଏଲ୍ଏମାନେ ଏସଆଇଆର ପ୍ରକ୍ରିୟାର ଲଜିକାଲ ଏରର ସଂଶୋଧନ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ, ସେମାନଙ୍କୁ ଏହି ୭ ନମ୍ବର ଫର୍ମ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ଦିଆଯାଉଥିବା କଥା ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି। ବିଜେଡି ଦାବି କରିଛି ଯେ, ୭ ନମ୍ବର ଫର୍ମ ମାଧ୍ୟମରେ ମିଥ୍ୟା ଓ ଭିତିହୀନ ଅଭିଯୋଗ ଦାଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ର ଧାରା–୩୧ ଅନୁଯାୟୀ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏବଂ ସମସ୍ତ ଭିତିହୀନ ଅଭିଯୋଗପତ୍ରକୁ ଖାରଜ କରାଯାଉ। ଶେଷରେ ଦଳ ଜିଲ୍ଲାପାଳଙ୍କୁ ନିବେଦନ କରିଛି ଯେ, ଜଣେ ହେଲେ ମଧ୍ୟ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ନପଡ଼ିବା ସୁନିଶ୍ଚିତ କରିବା ସହ ନିରପେକ୍ଷ, ସ୍ୱଚ୍ଛ ଏବଂ ଆଇନସମ୍ମତ ଭାବେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ।
ଭଦ୍ରକ ପୌରଂଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ବିବାଦ ଘନେଇଲା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????