Odiapua.com

ଭଦ୍ରକ : ପୋଲିସକୁ ତଥ୍ୟ ଦେବାରୁ କାର ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ : ୧୩/୧୦ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଧାମରା ବନ୍ଦରରୁ ରେଳପଥରେ ଆସୁଥିବା କୋଇଲାକୁ ଲୁଟି ଆସୁଥିବା ଲୁଟେରା ମାନଙ୍କ ସମ୍ପର୍କରେ ପୋଲିସକୁ ତଥ୍ୟ ଦେଇଆସୁଥିବା ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା ମୂଲ୍ୟବାନ ହୁଣ୍ଡା ସିଟି କାର ଟିକୁ କୋଇଲା ମାଫିଆମାନେ ଜାଳି ଦେଇଛନ୍ତି। ଖବରରୁ ପ୍ରକାଶ ଏହି ଅଞ୍ଚଳରେ କୋଇଲା ଚୋରି କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଲେମାଲ ହେଉଛନ୍ତି ମାଫିଆ ମାନେ। ଏହି ଘଟଣା ବାରମ୍ଵାର ଘଟୁଛି। ଏନେଇ ଗତକାଲି ଆର ପି ଏଫ ପୋଲିସ ଇଚ୍ଛାପୁର ନିକଟରେ ରେଡ କରୁଥିବା ବେଳେ, କେଉଁଠି କୋଇଲା ଚୋରି ହେଉଛି ବୋଲି ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ। ସେ ମଧ୍ୟ କୋଇଲା ଚୋରି ହେଉଥିବାର ଠିକଣା ପୋଲିସକୁ ଜଣାଇଥିଲେ। ଏହି ରାଗରେ ମାଫିଆ ମାନେ ଏଭଳି କାଣ୍ଡ ଭିଆଇ ଥିବାର ସୂଚନା ମିଳିଛି ଏବଂ ପୋଲିସ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି।