Odiapua.com

ଭଦ୍ରକ: ପୂର୍ବ ଶତ୍ରୁତାରୁ ବୃଦ୍ଧ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ,୧୫/୭(ଓଦିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଅପର୍ତ୍ତବିନ୍ଧା ଏଲଖା ନିଵାସୀ ଲକ୍ଷ୍ମଣ ମିଶ୍ର ନାମକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଆଜି ରାତିରେ କେହି ଦୁର୍ବୃତ୍ତ କୌଣସି ତୀକ୍ଷ୍ଣଣ ମାରଣାସ୍ତ୍ରରେ ହାଣି ଗୁରୁତର କରିଛି। ତାଙ୍କୁ ଏବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବାବେଳେ ପୁଲିସର ପ୍ରାଥମିକ ତଦନ୍ତରେ ଏଥିରେ ଜଣେ ବ୍ରାଉନସୁଗର କାରବାର କରୁଥିବା ସ୍ଥାନୀୟ ଯୁବକର ସମ୍ପୃକ୍ତି ଥିବାର ଜାଣିବାକୁ ପାଇଛି। ତେବେ ଏହି ଘଟଣାକୁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ କାଉନସିଲର ପ୍ରଣୟ ଦାସ ନିନ୍ଦା କରିଛନ୍ତି।