Odiapua.com

ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସର : ନୈତିକ ମାର୍ଗରେ ରାସ ଜୀବନକୁ ଊର୍ଦ୍ଧ୍ୱଗାମୀ କରାଏ

??????

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ସାମାଜିକ ଓ ଧାର୍ମିକ ବିଶ୍ୱାସବୋଧ ତଥା ପ୍ରାକୃତିକ ବୈଚିତ୍ର‌୍ୟରୁ ଗଢ଼ି ଉଠିଥିବା ଉତ୍କଳୀୟ ପର୍ବପର୍ବାଣୀ ସଂସ୍କୃତି। କାର୍ତ୍ତିକ ପୂର୍ଣ୍ଣିମାରେ ମେଘ ଅନ୍ଧକାରମୁକ୍ତ ଚନ୍ଦ୍ର ଶୋଭାପାଏ ଆକାଶରେ। ପ୍ରେମ ନିମଜ୍ଜନ ସ୍ୱର୍ଗୀୟ ନୃତ୍ୟରେ ରାସଲୀଳାର ଆନନ୍ଦ ଜୀବନକୁ ଉତ୍ତରାୟଣ ପଥରେ ଅଗ୍ରସର କରାଏ। ଏଣୁ ତୂରୀୟ ଅବସ୍ଥା ପ୍ରାପ୍ତ ହୋଇ ଈଶ୍ୱରୀୟ ଉପଲବ୍ôଧରେ ଜୀବନ ଗତି କରିବାକୁ କୁହାଯାଏ ‘ରାସ’। ନୈତିକ ମାର୍ଗ ପ୍ରଦର୍ଶନ କରି ଉର୍ଦ୍ଧ୍ୱକୁ ନେଇଯିବା ହିଁ ରାସକ୍ରୀଡ଼ାର ଉଦ୍ଦେଶ୍ୟ ବୋଲି ପୂର୍ଣ୍ଣିମା ଆସରରେ ଯୋଗଦେଇ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଭାଗବତକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ପୂର୍ଣ୍ଣିମା ଆସରରେ ଡ.ରାମଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ପଣ୍ଡିତ ଦେବବ୍ରତ ଦାସ “ଓଡ଼ିଆ ସଂସ୍କୃତିରେ ପର୍ବପର୍ବାଣୀ କ୍ରମରେ ରାସପୂର୍ଣ୍ଣିମା”ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କବି କରୁଣାକର ବେହୁରିଆ ଓ ଅଜୟ କୁମାର ନାୟକ ଯୋଗଦେଇ ନୌବାଣିଜ୍ୟ ଓ ବୋଇତ ବନ୍ଦାଣ ଓଡ଼ିଶାର ଗୌରବ ତଥା ଗର୍ବର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ସୁଧାକର ରାଉତ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ସହସଂପାଦକ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ଭାଷ ପ୍ରଦାନ କରିଥିଲେ। ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ କବି ମନୋରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ବାବାଜୀ ଚରଣ ମହାନ୍ତି, ନିର୍ମଳ ଚନ୍ଦ୍ର ରାଉତ, ଶାନ୍ତନୁ କୁମାର ରାଉତ, ବିପ୍ଳବ କୁମାର ହୋତା, ହରିଶ୍ଚନ୍ଦ୍ର ଦାସ, ମନୋରମା ରାୟ, ଡଃ. ଗୋଲକ ବିହାରୀ ସାହୁ, ଜାନକୀ ପାଢ଼ୀ, ଡ.ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ଗୀତାରାଣୀ ଆଇଚ, ରମେଶ ଚନ୍ଦ୍ର ଦାସ, ନରେଶ ଚନ୍ଦ୍ର ଲେଙ୍କା, ପ୍ରୀତିଲତା ପଣ୍ଡା, ବାବୁଲାଲ ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ଡା.ଅନୀଲ କୁମାର ଦାସ ଓ ଡଃରମାକାନ୍ତ ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଡା.ହରେକୃଷ୍ଣ ନାୟକ, ଦୁଃଶାସନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।