Odiapua.com

ଭଦ୍ରକ ପୁଲିସ୍ ପ୍ରଶାସନ ପକ୍ଷରୁ ସଚେତନତା ଶୋଭଯାତ୍ରା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଜିଲା ପୁଲିସ୍ ପ୍ରଶାସନ, ଗୃହରକ୍ଷୀ ଓ ଦମକଳ ବାହିନୀର ମିଳିତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡେଇ, ସହକାରୀ ନିରୀକ୍ଷକ ଦେବରାଜ ଜେନା, ଦୀପ୍ତିରେଖା ସ୍ୱାଇଁ, ପ୍ରଦୀପ ମାହନ୍ତ, ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡାଣ୍ଟ ବରୁଣ କୁମାର ମିତ୍ର ପ୍ରମୁଖଙ୍କ ନେତୃତ୍ୱରେ ପୁଲିସ୍ ବାହିନୀ ସହରାଞ୍ଚଳ ଥାନାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଅବସରରେ ସମସ୍ତ ପୁଲିସ୍ କର୍ମଚାରୀମାନେ ଜନସାଧାରଣଙ୍କୁ କୋଭିଡ୍ ୧୯ ସଚେତନତା ବାର୍ତ୍ତା ଦେବାକୁ ଯାଇ ମୁହଁରେ ମାସ୍କ ପିନ୍ଧବା, ସାମାଜିକ ଦୂରତା ବଜାୟ ରଖିବା, ଦୋକାନ ବଜାରରେ ଅଯଥା ଗହଳି ନକରିବା, ଘରେ ବେଶି ସମୟ ରହିବା, ହାତ ସଫା ରଖିବା ସହ ସାନିଟାଇଜେସନ୍ ବ୍ୟବହାର ନେଇ ସ୍ଲୋଗାନ ମାନ ଦେଇଥିଲେ । ପୁଲିସ୍‌ର ଏଭଳି କାର୍ଯ୍ୟ ଜନସାଧାରଣରେ ବେଶ୍ ଆଦୃତ ହୋଇଥିଲା ।