Odiapua.com

ଭଦ୍ରକ: ପୁରୁଣା ବଜାର ପୋଲିସ ପକ୍ଷରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

ଭଦ୍ରକ:୧୪/୧୦(ଓଡିଆ ପୁଅ/ସ୍ନିଗ୍ଧା ରାୟ) ପୁରୁଣା ବଜାର ଥାନା ପୋଲିସ ପକ୍ଷରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦା ଜବତ କରାଯାଇଛି।ଏହି ଥାନା ଅଧିନସ୍ଥ ବଡ଼ ଶଙ୍କରପୁର ଠାରେ ଗୋଟିଏ ଘରେ ବେଆଇନ ଭାବେ ନକଲି ଜର୍ଦା ପ୍ରସ୍ତୁତ ହୋଇ ପେକିଙ୍ଗ କରାଯାଉଥିଲା। ଏହି ଖବର ପୁରୁଣା ବଜାର ପୋଲିସ ପାଇବା ପରେ ତୁରନ୍ତ ସେଠାରେ ପହଂଚି ଘର ଭିତରେ ଥିବା ବେଆଇନ ନକଲି ଜର୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀ ସବୁକୁ ଜବତ କରିଥିଲା।ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ବେଆଇନ କାରବାର ରେ ସମ୍ପୃକ୍ତ ଥିବା ସେକ ସାହିଦ କାଦ୍ରୀ ଙ୍କୁ ଗିରଫ କରାଯାଇଛି।ତେବେ ପୁରୁଣା ବଜାର ଅଞ୍ଚଳ ରେ ଦିନକୁ ଦିନ ବେଆଇନ ଭାବେ ନକଲି ଜର୍ଦା ପ୍ରସ୍ତୁତ କରାଯାଉ ଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଭଦ୍ରକ ଏସପି ଙ୍କ ନିର୍ଦେଶ ରେ ଚଢ଼ାଉ ଜାରି ରହିଛି।