Odiapua.com

ଭଦ୍ରକ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଅନେକ ଉଦ୍ୟମ ଓ ଅନେକ ଅପେକ୍ଷା ପରେ ମଧ୍ୟ ଏଯାବତ୍ ଏହି ବାବଦରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଘୋଷଣା ନକରିବାରୁ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ବିଦ୍ୟାର୍ଥୀ ବିକାଶ ମଞ୍ଚର ଉପଦେଷ୍ଟା ଓ କର୍ମକର୍ତ୍ତାଗଣ । ଉକ୍ତ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ଡଃ ଶୈଳେନ୍ଦ୍ର ମହାପାତ୍ର ଓ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ର ନାଥ ରାଉତଙ୍କ ମିଳିତ ନିର୍ଦ୍ଦେଶ କ୍ରମେ ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ପ୍ରଥମେ ମାନନୀୟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଭଦ୍ରକ ଜିଲ୍ଳାର ସମସ୍ତ ବିଧାୟକଙ୍କ ଉଦ୍ଦେଶ୍ୟରେ ଭଦ୍ରକରେ ସଚେତନ ନାଗରିକଗଣ ଓ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଦସ୍ତଖତ ଅଭିଯାନ କରାଯାଇଥିଲା । ପରେ ପରେ ଗତକାଲି ଭଦ୍ରକ ଜିଲ୍ଳାର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କର ସଂଗଠନମାନଙ୍କୁ ଡକାଯାଇ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଭଦ୍ରକ କଲେଜ ମୁଖ୍ୟ ଫାଟକ ନିକଟରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ପ୍ରଥମେ ଭଦ୍ରକ କଲେଜର ଖୋଲା ଗ୍ୟାଲେରୀ ଓ ମଞ୍ଚ ଉପରେ ଛାତ୍ରଛାତ୍ରୀମାନେ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଏକ ବିଶେଷ ଆଲୋଚନାଚକ୍ର କରିବା ପରେ ଭଦ୍ରକ କଲେଜ ମୁଖ୍ୟ ଫାଟକ ଆଗରେ ମିଳିତ ଭାବରେ ମାନନୀୟ ମୁଖ୍ୟମନ୍ତ୍ରୀ ଓ ଚଳିତ ବିଧାନସଭା ଅଧିବେଶନରେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ପାଇଁ ଜିଲ୍ଳାର ୫ ବିଧାୟକ, ‘୫ଟି’ ସଚିବ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ଜରିଆରେ କିଛି ଅନୁରୋଧ ଜଣାଇଛନ୍ତି । ଅନୁରୋଧ ଅନୁସାରେ ଚଳିତ ବର୍ଷ ଜୁନ ୧୧ରେ ଭଦ୍ରକର ଏକ ନିର୍ଦ୍ଦିଷ୍ଟ ସଭାରେ ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ଭାବରେ ‘୫ଟି’ ସଚିବଙ୍କ ପ୍ରତିଶୃତି ଅନୁସାରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜ ତୁରନ୍ତ ଘୋଷଣା ଓ ବିଜ୍ଞପ୍ତି ପ୍ରକାଶ ହେଉ, ନଚେତ ବାଧ୍ୟ ହୋଇ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ଓ ଜନଆନ୍ଦୋଳନ ଜାଗିବ ବୋଲି ଶ୍ରୀ ବିଶ୍ୱାଳ ଓ ଛାତ୍ରଛାତ୍ରୀଗଣ ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ସାହୁ, ସଞ୍ଜିବନୀ ସ୍ୱାଇଁ, ଅଞ୍ଜଳୀ ପ୍ରସାଦ, ପୁଷ୍ପଲତା ନାୟକ, ପ୍ରିୟାଂଶୁ ରାଉତ, ତତ୍ତ୍ୱମସୀ ପରିଡ଼ା, ତପବିଭବ ରାଉତ, ମନୀଷା ରାଉତ, ଶୁଭଲକ୍ଷ୍ମୀ ମୁଦୁଲୀ, ପୂର୍ଣ୍ଣିମା ଘୋଷ, ସୋନାଲିକା ମହାକୁଡ଼, ସାବିତ୍ରୀ ମୁଣ୍ଡା ଓ ସମଗ୍ର ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ଶତାôଧକ ଛାତ୍ରଛାତ୍ରୀ ପ୍ରତିନିଧିଗଣ ଉପସ୍ଥିତ ଥିଲେ ।