Odiapua.com

ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ “ଆନ୍ତର୍ଜାତିକ ମହିଳା ଦିବସ’

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ “ଆନ୍ତର୍ଜାତିକ ମହିଳା ଦିବସ’ ଭଦ୍ରକ ବ୍ଲକ ପୂର୍ବତନ ସଭାନେତ୍ରୀ ଦେବୀଦତା ମହାନ୍ତି, ଭଦ୍ରକ ଟାଉନ୍ ପୂର୍ବତନ ସଭାନେତ୍ରୀ ଦେବହୁତୀ ମହାପାତ୍ର ଓ ବିଜେଡ଼ି ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସର୍ବ ପ୍ରଥମେ ଅତିଥି ବୃନ୍ଦ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ ସେବା ଓ ତ୍ୟାଗର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେ ଜଣେ ଦୂରଦ୍ରଷ୍ଟା ଏବଂ ରାଷ୍ଟ୍ରନୀତିଜ୍ଞ ଯିଏ ଆଜୀବନ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଉଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩% ସରଂକ୍ଷଣ ବ୍ୟବସ୍ଥା କରି ମହିଳା ସଶକ୍ତିକରଣ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ, ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ଆଗକୁ ନେଇଥିଲେ। ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସାରା ଦେଶରେ ଉଦାହରଣ। ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ମହିଳାମାନେ କିପରି ଭାବେ ସାମାଜିକ ଓ ଆର୍ôଥକ ସ୍ତରରେ ସ୍ୱାବଲମ୍ୱୀ ଓ ସୁଦୃଢ଼ ହେବେ ସେହି ଲକ୍ଷ୍ୟରେ ବିଜୁ ଜନତା ଦଳ କାର୍ଯ୍ୟ କରିବ। ଏହି ଅବସରରେ, ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳା ମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସମୟରେ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯିବ । ଅନ୍ୟାନ୍ୟ ଅତିଥି ବୃନ୍ଦ ବିଜୁ ବାବୁଙ୍କୁ ସ୍ମରଣ କରି ନିଜ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡ଼ି ସରକାରଙ୍କ ଭୂମିକା ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ ସଭାରେ ଯୋଗ ଦେଇଥିଲେ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଭଦ୍ରକ ବ୍ଲକ ପୂର୍ବତନ ସଭାପତି ପ୍ରଫୁଲ୍ଲ ନାୟକ, ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଜେନା, ୨୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣ ଶଶୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ କ୍ଷିରୋଦ ରାଉତ, ଜ୍ୟୋତ୍ସ୍ନା ମଞ୍ଜରୀ ରାଉତ, ପଦ୍ମାବତୀ ପୃଷ୍ଟୀ, ମୀନାରାଣୀ ମହାଳିକ, ଯୋନାକି ଚାନ୍ଦ, ସୁଚିଶ୍ମିତା ଜେନା, ରାଜଲକ୍ଷ୍ମୀ ଦାସ, ଶୁଚିଶ୍ମିତା ସାହୁ, ମନୋରମା ମିଶ୍ର, ତିଳୋତମା ମହାପାତ୍ର, ଅଞ୍ଜନା ମିଶ୍ର, ରିଚାସ୍ମିତା ମହାନ୍ତି, ତରନ୍ନୁମ ପରବିନ, ଉମାମଣି ସେଠୀ, ଇଂ ପ୍ରିୟବ୍ରତ ନାୟକ, ରଘୁନାଥ ପଣ୍ଡା, ଫରହାତ୍ ଆଲମ୍ ଖାନ, ଦିଲ୍ଲୀପ ନାୟକ, ଅଞ୍ଜନ ଜେନା, ସୟେଦ ନାସେର ଅଲ୍ଲୀ, ପଙ୍କଜ ବଳ, ନିରୋଧ ରାଉତ, ଫରହାତ ଆଲମ ଖାନ, ଆଶିଷ କୁମାର ମହାନ୍ତି, ମେହେବୁବ ଖାନ, ସୁବ୍ରତ କୁମାର ଦାସ, ସୁଧାକର ଜେନା, କୈଳାଶ ବେହେରା, ବିକାଶ ଶ୍ରେଷ୍ଠା, ସୁମନ ମହାପାତ୍ର, ନସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ।