Odiapua.com

ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଗର୍ବ, ମହାନ ଜନନାୟକ, ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଦ୍ରକ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ (ବିଜୁ ଭବନ) ଠାରେ “ଭଦ୍ରକ ନିର୍ବାଚନ ମଣ୍ଡଳୀ” ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନ ସହିତ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେଡ଼ି ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ବିଜୁ ବାବୁଙ୍କ ଅଦମ୍ୟ ସାହସ, ଦୂରଦର୍ଶୀ ନେତୃତ୍ୱ ଓ ଓଡ଼ିଶାର ଉନ୍ନତି ପାଇଁ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଟାଉନ୍ ସଭାପତି ଏମ୍‌.ଡି. ଜକାଉଲ୍ଲା, ଭଦ୍ରକ ପୌରପାଳିକା ୱାର୍ଡ ନଂ–୫ ପାରିଷଦ ଶ୍ରୀ ଦିଲ୍ଲୀପ ନାୟକ, ୱାର୍ଡ ନଂ–୧୦ ପାରିଷଦଙ୍କ ପ୍ରତିନିଧି ପଙ୍କଜ ବଳ, ଗୁଜିଦରଡା ସରପଂଚ ଫରହାତ ଆଲମ୍ ଖାନ ଓ କାଉପୁର ସରପଂଚ ଙ୍କ ପ୍ରତିନିଧି ମୁକ୍ତିକାନ୍ତ ସାହୁ ଉପସ୍ଥିତ ଥିଲେ। ବରିଷ୍ଠ ନେତାମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ମହାନ୍ତି, ରଘୁନାଥ ପଣ୍ଡା, ମେହେବୁବ ଖାନ, ବାବୁଲା ରାଉତ, ଅଧିବକ୍ତା ବିଚିତ୍ର ଜେନା, ମୁସ୍ତାକିମ୍ ଖାନ, ଟୁନା ପଣ୍ଡା, ଗାପାଳ କୃଷ୍ଣ ଦାସ, ଅଟଳ ବାରିକ, ଲିପୁ ଦାସ, ଉପେନ୍ଦ୍ର ଖିଲାର ଙ୍କ ସହିତ ଯୁବନେତା ବିକାଶ ଶ୍ରେଷ୍ଠା, ନାସିରୁଦ୍ଧୀନ ଖାନ, ଜଳେନ୍ଦ୍ର ମହାନ୍ତି, ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୁ ପଟ୍ଟନାୟକ କେବଳ ଜଣେ ନେତା ନୁହେଁ, ସେ ଓଡ଼ିଶାର ସାହସ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ। ତାଙ୍କ ଆଦର୍ଶ ଓ ସେବାଭାବ ଆମକୁ ସଦା ନୂଆ ପ୍ରେରଣା ଦେଇ ଆଗକୁ ବଢ଼ିବାର ପଥ ଦେଖାଏ। ବିଜୁ ବାବୁଙ୍କ ପବିତ୍ର ସ୍ମୃତିକୁ ଶତ ଶତ ନମନ।