Odiapua.com

ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜେଡି ପ୍ରତିଷ୍ଠା ଦିବସ

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ଗାନ୍ଧିପଡିଆ ଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସକୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପୌରୋହିତ୍ୟ କରିଥିଲେ । ପ୍ରଥମେ ବିଜେଡି ଜିଲା କାର୍ଯ୍ୟାଳୟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନେତୃବୃନ୍ଦଙ୍କ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଅପରାହ୍ନରେ ଗାନ୍ଧିପଡିଆ ଠାରେ ଏକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ନିର୍ବାଚନ ମଣ୍ଡଳୀର ପୌରାଞ୍ଚଳର ସମସ୍ତ ୱାର୍ଡ ସମେତ ପଂଚାୟତର ସବୁ ଗ୍ରାମରୁ ବହୁ ମହିଳା ଓ ପୁରୁଷମାନେ ଏକ ଶୋଭାଯାତ୍ରରେ ଆସି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାଯ୍ୟକ୍ରମରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପଂଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ରାଜ୍ୟ ମହିଳା ଉପସଭାନେତ୍ରୀ ତାହେରା ଖାତୁନ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ତଥାଗତ ସାମଲ, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଜିଲା ବିଜେଡି ଉପସଭାପତି ମଳୟ ଜେନା, ଜିଲା ବିଜେଡି ସାଧାରଣ ସଂପାଦକ ପ୍ରଣୟ ଦାସ , ଜିଲା ବିଜେଡି ସାଧାରଣ ସଂପାଦକ ପ୍ରବୀର ଜେନା, ଭଦ୍ରକ ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ଟାଉନ୍ ବିଜେଡି ସଭାପତି ଆଇନ୍‌ଜୀବୀ ତାହେର ମହମ୍ମଦ, ଟାଉନ୍ ମହିଳା ବିଜେଡି ସଭାନେତ୍ରୀ ଦେବହୁତି ମହାନ୍ତି, ବ୍ଲକ୍ ମହିଳା ବିଜେଡି ସଭାନେତ୍ରୀ ଦେବୀଦତ୍ତା ମହାନ୍ତି, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ପୂର୍ବତନ କାଉନ୍‌ସିଲର ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।