ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଙ୍ଗ ରଙ୍ଗଲି ଫଗୁ ର ପର୍ବ ହୋଲି, ଗାଁ ଠାରୁ ସହର ସବୁ ଲାଗିଛି ରଙ୍ଗର ପସର। ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ପୈାର ପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ (ଜଗନ୍ନାଥ) ଏବଂ ୦୭ ନମ୍ବର (ଗବସାହି) ମେଳଣ ମଣ୍ଡପ ରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପହଂଚି ରାଧାବଲ୍ଲଭ ଯୁଗଳ ମୃର୍ତି ଦର୍ଶନ କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଯାଜପୁର (ବରୀ) ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଙ୍କ ସମେତ ଅନେକ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ରହି ରାଧାକୃଷ୍ଣଙ୍କ ସହ ଅଭିର ଖେଳ ପୂର୍ବକ ଆଶୀର୍ବାଦ ଲାଭ କରିଥିଲେ।