Odiapua.com

ଭଦ୍ରକ – ନିଜ ନିର୍ବାଚନ ମଣ୍ଡଳୀରେ ୨୦.୮୧ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଆଜି ନିଜ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଦିନିକିଆ ମାରାଥନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ କରିଛନ୍ତି । ଭଦ୍ରକ ବ୍ଲକ୍ ଅଧୀନ ଅର୍ଣ୍ଣପାଳ ପଂଚାୟତରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଜଳସେଚନ ବିଭାଗର ମୁକୁନ୍ଦପୁର ଠାରୁ ବାଳୁଅଳିବିନ୍ଧା ଯାଏ ରାସ୍ତାକୁ ଉଦ୍‌ଘାଟନ କରିଥିଲେ । ପରେ ଏହି ପଂଚାୟତର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ପାନୀୟ ଜଳ ଟାଙ୍କିକୁ ଉଦ୍‌ଘାଟନ କରିବା ସହ ଏହି ପଂଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଆମ ଗାଁ ଆମ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ବିଧାୟକ ଶ୍ରୀ ମଲ୍ଲିକ କରିଥିଲେ । ସେହିଭଳି ବିଷ୍ଣୁପୁରବିନ୍ଧା ପଂଚାୟତରେ ୧୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ, ହରିପୁର ପଂଚାୟତରେ ୧୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ସଇଦାବାଦ ନୋଡାଲ ସ୍କୁଲ ଗୃହ, ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪ ଗୋଟି ଅଙ୍ଗନୱାଡି କେନ୍ଦ୍ର, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିଶନଶକ୍ତି ଘର ଓ ୮ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ଗ୍ରାମ୍ୟ ପାର୍କ ତଥା ୨.୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ସଇଦାବାଦ କବରସ୍ଥାନ ନିର୍ମାଣ ଲାଗି ବିଧାୟକ ଶ୍ରୀ ମଲ୍ଲିକ ଶିଳାନ୍ୟାସ କରିଥିଲେ ।

ଅନୁରୂପ ଭାବେ ୬ ଲକ୍ଷ ଟଙ୍କାରେ ନିର୍ମିତ ହରିପୁର ପଂଚାୟତ ଅଧୀନ ଲାଙ୍ଗୁଡି ପ୍ରାଥମିକ ସ୍କୁଲ ଗୃହ, ୫୦ ହଜାର ଟଙ୍କା ବ୍ୟୟରେ ର୍ନିମିତ ଲାଙ୍ଗୁଡି ମହାଦେବ ସାହି ଜଳସେଚନ ବିଭାଗ ରାସ୍ତା, ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହରିପୁର ଠାରେ ପାନୀୟ ଜଳ ପ୍ରକଳ୍ପ, ହରିପୁର ଠାରେ ଅର୍ବାନ ଡିପାର୍ଟମେଣ୍ଟ ପକ୍ଷରୁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ସେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦ୍‌ଘାଟନ କରିବା ସହ ଏହି ପଂଚାୟତରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ପଳକବାଦ-ପ୍ରଦପୁର ଜଳସେଚନ ବିଭାଗ ବନ୍ଧ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସେହିଭଳି କୋର୍କରା ପଂଚାୟତ ଅଧୀନ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ କରିବା ସହ ୨୦ ଲକ୍ଷ ଟଙ୍କା ବ୍ୟୟରେ ଧନୀଲା ସିସିଡ ଉନ୍ନତିକରଣ କାର୍ଯ୍ୟକୁ ବିଧାୟକ ଶ୍ରୀ ମଲ୍ଲିକ ରାହାଞ୍ଜ ପଂଚାୟତରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ଏହି ପଂଚାୟତରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମିଶନ ଶକ୍ତି ଗୃହ, ୪୦ ଲକ୍ଷ ଟଙ୍କାର ଗାହାଣ ଏରଡା ରାସ୍ତା, ୧୮ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ପାଚେରୀ ନିର୍ମାଣ କାର୍ଯ୍ୟକୁ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ଉଦ୍‌ଘାଟନ କରିଥିଲେ । ବିଧାୟକଙ୍କ ଏହି ମାରାଥନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳ, ପ୍ରିୟବ୍ରତ ନାୟକ, ପ୍ରତାପ ମହାନ୍ତି, ପଂଚାନନ ଲେଙ୍କା, ବଟକୃଷ୍ଣ ଜେନା, ଦେବେନ୍ଦ୍ର ପୃଷ୍ଟି, ସରୋଜ ନାୟକ, ସସ୍ମିତା ନାଥ, ଅଂଜନ ଜେନା, ପ୍ରଶାନ୍ତ ବିଶ୍ୱାଳ, ଉମାଶଙ୍କର ନାୟକ, ଇତିଶ୍ରୀ ବେହେରା, ଅନୁପମା ଯେନା, ସଂଜୟ ଜେନା, ତୁଷାରକାନ୍ତି ପରିଡା, ଅତୁଲ୍ୟ ରାଉତ, ଜୁଲଫିକର ଅଲ୍ଲୀ, ଜାହିଦ ହବିବ, ରାଜେନ୍ଦ୍ର ଦାସ, ପ୍ରହ୍ଲାଦ ପଣ୍ଡା, ସୁଦର୍ଶନ ଲେଙ୍କା, ସୁରେନ୍ଦ୍ର କବି, ଜିତେନ୍ଦ୍ର ସାହୁ, ଶରତ କବି, ଅଟଳ ବାରିକ, ତପନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।