Odiapua.com

ଭଦ୍ରକ ନଗର କଂଗ୍ରେସ କମିଟି ନବ ନିର୍ବାଚିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନଗର କଂଗ୍ରେସର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବା ସହ ସେମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଅନୁମୋଦିତ ତାଲିକାକୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି ଘୋଷଣା କରିଥିଲେ । ଏଥିରେ ନଗର କଂଗ୍ରେସ ସଭାପତି ଭାବେ ଅବଦୁଲ ମୁକିତ୍ ଖାଁଙ୍କୁ ମନୋନୀତ କରାଯାଇଥିବା ବେଳେ ମୋଟ ଏକ ୬୦ ଜଣିଆ କମିଟିର ଘୋଷଣା ହୋଇଥିଲା । ଏଥିରେ ୧୧ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୧୨ଜଣ ସାଧାରଣ ସମ୍ପାଦକ, ୨୧ ଜଣ ସମ୍ପାଦକ ରହିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୧୫ଜଣ ରହିଛନ୍ତି । ଉପସଭାପତି ଭାବେ ରତ୍ନକର ବାରିକ, ଚିଦାନନ୍ଦ ବାରିକ, ସବିତା ନାକ, ସେକ୍ ଜଫିରୁଦ୍ଦିନ, ରଞ୍ଜନ ଲାହା, ମୀର୍ଜା ଏକ୍‌ରାମ ବେଗ୍‌, ସେକ୍ ସମିଉଳ୍ଲା, ଫରିୟାଦ ଖାଁ, ସେକ୍ ନୁର ମହମ୍ମଦ, ସେକ୍ ସିରାଜୁଦ୍ଦିନ ଓ ବିଜୟ କୁମାର ଭଞ୍ଜ । କୋଷାଧ୍ୟକ୍ଷ ଭାବେ ଦେବେନ୍ଦ୍ର ପ୍ରଧାନ ମନୋନୀତ ହୋଇଥିବା ବେଳେ ସେକ୍ ଫରିଉଦ୍ଦିନ, ମନ୍ମଥ ରାଓ, ରାଜୁ ପ୍ରସାଦ ରାୟ, ରବିନ୍ଦ୍ର କୁମାର ବାରିକ, ସେକ୍ ଇସ୍ରାଇଲ, ସେକ ଏ. ହବିବ, ଅବଦୁଲ ସାରେୱାର ଆଲାମ, ପ୍ରଶାନ୍ତ ନାଥ, କୃଷ୍ଣ ଚନ୍ଦ୍ର ସାହୁ, ସେକ୍ ଅଜିଜୁଲ ଇସ୍‌ଲାମ୍‌, ସେକ ଫରୋଜ ଖାଁ, ସେକ ଅଫ୍‌ସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ସେକ୍ ସୋଲେମାନ, ଖଗେଶ୍ୱର ମହାଳିକ, ତାହେର ମହମ୍ମଦ ଖାଁ, ସେକ୍ ନୁର ମହମ୍ମଦ, ରଞ୍ଜନ କୁମାର ଜେନା, ମୀର୍ଜା ଅତିକୁର ରହେମାନ, ଲକ୍ଷ୍ମୀଧର ସାହୁ, ସେକ୍ ରହେମାନ, ସେକ୍ ଅବଦୁଲ ରବ୍‌, ସେକ୍ ଫୈଜାନ ଅଲୀ, ସେକ୍ ଅମାତ, ସେକ୍ ଅବଦୁଲ ମୁସ୍‌ଲିମ, ରିୟାଜୁଦ୍ଦିନ ଖାଁ, ସେକ୍ କଲିମୁଦ୍ଦିନ, ସେକ୍ ମୁରାଦ, ଆଲାବସ୍ ଖାଁ, ସଲିମ ଖାଁ, ସେକ୍ ରଫିକ୍‌, ଗୌତମ ମିତ୍ର, ସେକ୍ ମୁରାଦ ଅଲୀ, ପଦ୍ମଲୋଚନ ବେହେରା ମନୋନୀତ ହୋଇଛନ୍ତି ।

କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଏନାମୁଲ ହକ୍ ଖାଁ, ନିର୍ମଳ ଚନ୍ଦ୍ର ମହାପାତ୍ର, ସ୍ୱର୍ଣ୍ଣଲତା ସାହୁ, ସେକ୍ ସମିମ, ସେକ୍ ତୋବାରକ, ମଇରାଜ ଖାଁ, ସେକ୍ ଶୋଭନ, ଧର୍ମେନ୍ଦ୍ର ଦାସ, ରିହାନା ବିବି, ମୀର ବୋଗ୍‌ଦାଦ୍‌, ରବିନାରାୟଣ ଜେନା, ରମାକାନ୍ତ ଦାସ, ରିଆଜ୍ ଖାଁ, ମୀର ସବିର ଅଲୀ, ସଇଫ୍ ଅଲୀ ମନୋନୀତ ହୋଇଛନ୍ତିି । ଆଜି ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ସୁବ୍ରତ ଦାସଙ୍କ ସହିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ଦିିଲିପ କୁମାର ନାୟକ, ଅସ୍‌ରଫ୍ ଅଲୀ ଖାଁ, ପୀତବାସ ଧଳ, ସେକ୍ ଜୁଲଫିକର, ପ୍ରଦ୍ୟୁମ୍ନ ଦାସ, ଅବଦୁଲ ସଲାମ, ସେକ୍ ସମ୍‌ଦାନୀ, ସେକ୍ ଗୁଲାମ ମଇଉଦ୍ଦିନ, ବିଜୟ ବାରିକ ପ୍ରମୁଖ ସ୍ୱାଗତ କରିଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାମାନେ ୱାର୍ଡ ସ୍ତରରୁ ସାଂଗଠନିକ ଶକ୍ତି ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରି ଆଗାମୀ ପୌର ନିର୍ବାଚନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ସଭାପତି ପରାମର୍ଶ ଦେଇଥିଲେ । ପ୍ରତି ୱାର୍ଡରେ ୱାର୍ଡ କମିଟି ଗଠନ କରି ସେଥିରେ ଜଣେ ସଭାପତି, ଜଣେ ଉପସଭାପତି, ୨ଜଣ ସାଧାରଣ ସମ୍ପାଦକ, ୩ଜଣ ସମ୍ପାଦକ, ମହିଳା ପ୍ରତିନିଧି ଓ ସୋସିଆଲ ମିଡ଼ିଆ ସଂଯୋଜକ ଦାୟିତ୍ୱ ନେଇ କାର୍ଯ୍ୟ ନିର୍ବାହ କରିବା ଉପରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଶାସକ ଦଳ ନେତା ଓ ପ୍ରଶାସନର ମିଳିତ ମଧୁଚନ୍ଦ୍ରିକାକୁ ତୀବ୍ର ବିରୋଧ କରି ସମାଜ ନିମନ୍ତେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ ।