Odiapua.com

ଭଦ୍ରକ-ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ଟ୍ରେନ ଚାଲିବା ଦାବିରେ ରେଳରୋକ

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳଗାଡି ଚଳାଇବା, ଭଦ୍ରକ- ଧାମରା ରେଳପଥର ଶତପ୍ରତିଶତ ଅଂଶ ସରକାରୀ ମାଲିକାନାକୁ ଫେରାଇଆଣିବା, ଧାମରା ବନ୍ଦରର ମାଲିକାନା ଆଦାନୀ କଂପାନୀ ହାତରୁ ବାହାରକରି ସରକାରଙ୍କ ହାତକୁ ଆଣିବା, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଯୁବକ ଯୁବତୀଙ୍କୁ ସରକାର ନିଯୁକ୍ତି ଦେବା ଦାବିରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ-ଧାମରା ରେଳପଥର ଜନ୍ତୁଆଳି ଛକଠାରେ ୮ ଘଂଟିଆ ରେଳରୋକ ଆନ୍ଦୋଳନ ସଂଗଠିତ କରାଯାଇଛି। ୨୦୦୫ ମସିହାରୁ ଭଦ୍ରକ-ଧାମରା ରେଳପଥ ପାଇଁ ତତ୍କାଳୀନ ରାଜ୍ୟ ସରକାର ଜମିଅଧିଗ୍ରହଣ କରି ଡିପିସିଏଲ୍ କୁ ରେଳପଥ ନିର୍ମାଣ ପାଇଁ ଓ ରେଳପଥରେ ମାଲପରିବହନ ପାଇଁ ସୂଯୋଗ ଦେଇଥିଲେ । ବନ୍ଦର ଉଦ୍ଘାଟନ ଉତ୍ସବରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମରା- ଭଦ୍ରକ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ କରିବା ପ୍ରତିଶୃତି ଦେଇଥିବା ବେଳେ ୨୦୨୫ ପରେ ଧାମରା ବନ୍ଦରର ଶତପ୍ରତିଶତ ମାଲିକାନା ରାଜ୍ୟସରକାରଙ୍କ ହାତକୁ ଫେରିଆସିବ ବୋଲି ପ୍ରତିଶୃତି ଦେଇଥିଲେ । ଧାମରା ବନ୍ଦରକୁ ୨୦୨୫ ପର୍ଯ୍ୟନ୍ତ ଲିଜ୍ ସୁତ୍ରରେ ନେଇଥିବା ଗୌତମ ଆଦାନୀ ୨୦୨୪ ମସିହାରେ ରାଜ୍ୟର ସରକାର ପରିବର୍ତନ ପରେ “ଧାମରା ବନ୍ଦରର” ନାମକୁ ଲିଭାଇ କାଗଜପତ୍ରରେ ଚଂଚକତା କରି “ଆଦାନୀ ବନ୍ଦର” ବୋଲି ଲେଖି ମାଲିକାନାକୁ ଶତପ୍ରତିଶତ ନେଇଯିବାକୁ ଅପଚେଷ୍ଟା କରିବା ଘଟଣାକୁ ଭଦ୍ରକ- ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଧାମରା ବନ୍ଦରର ମାଲିକାନା , ଭଦ୍ରକ-ଧାମରା ରେଳପଥର ମାଲିକାନା ସଂପର୍କରେ ରାଜ୍ୟ ଓ କେନ୍ଦ୍ର ସରକାର ସ୍ପଷ୍ଟ କରିବା ସହ ଭଦ୍ରକ- ଧାମରା ରେଳପଥର ବିଭିନ୍ନ ଷ୍ଟେସନରେ ଆଦାନୀ ନାମକୁ ଲିଭାଇ ଧାମରା ନାମ ଲେଖିବାକୁ ସଂଗ୍ରାମ ସମିତି ଦାବି କରିବା ସହ ଧାମରା ବନ୍ଦରକୁ ସଂପୂର୍ଣ୍ଣ ସରକାରୀ କରଣ କରିବାକୁ ସଂଗ୍ରାମ ସମିତି ଦାବିକରିଛି । ଧାମରା ବନ୍ଦରରେ ପଣ୍ୟକାରବାରର କୌଣସି ସରକାରୀ ହିସାବ ରହୁନଥିବାରୁ ସଂଗ୍ରାମ ସମିତି ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହ ଧାମରା ବନ୍ଦର ମଧ୍ୟଦେଇ ବିଦେଶକୁ ରପ୍ତାନି ହେଉଥିବା ଓ ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ଖଣିଜ ପଦାର୍ଥ ଓ ପଣ୍ୟର ହିସାବର ତଦନ୍ତ ସିଏଜି କରିବାକୁ ସଂଗ୍ରାମ ସମିତି ଦାବି କରିଛି । ଧାମରା ବନ୍ଦର ଓ ଭଦ୍ରକ-ଧାମରା ରେଳପଥରେ ଆଦାନୀ କଂପାନୀର ଏକଚାଟିଆ ଆଧିପତ୍ୟକୁ ବିରୋଧ କରି ଆଜି ସଂଗ୍ରାମ ସମିତି ପକ୍ଷରୁ ୮ ଘଂଟିଆ ରେଳରୋକ ଆନ୍ଦୋଳନର ଡାକରା ଦିଆଯିବା ଫଳରେ ଆଦାନୀ କଂପାନୀର ବହୁ ସଂଖ୍ୟକ ମାଲବାହୀ ଟ୍ରେନ ଅଟକ ହୋଇ ରହିଥିଲା । ଏହି ଆନ୍ଦୋଳନରେ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତିର ସଭାପତି ଯୁବ ଆଇନିଜୀବି ବିକାଶ ନାଥ, ସଂଗ୍ରାମ ସମିତିର ସଂପାଦକ ଯୁବନେତା ହାକିମ ଦାସ, ସଂଗ୍ରାମ ସମିତିର ଉପଦେଷ୍ଟା ଆଇନିଜୀବି ଦିବ୍ୟସିଂହ ନାୟକ, ସଂଗ୍ରାମ ସମିତିର ଅନ୍ୟତମ ଉପଦେଷ୍ଟା ଯାଯପୁର ଜିଲ୍ଲା ପରିଷଦ ୬ ନଂ ଜୋନର ସଭ୍ୟା ବିଜେଡି ନେତ୍ରୀ ମାମିନା ମଲ୍ଲିକ୍‌, କୃଷକ ନେତା ଆଇନିଜୀବି ଗିରିଧାରୀ ନାଥ, ଆଇନିଜୀବି ମଳୟଭୋଇ, ଆଇନିଜୀବି ବିଷ୍ନୁ ଦାଶ,କୃଷକ ନେତା ଗୌରାଙ୍ଗ ଯେନା, ଅନ୍ୟତମ ଉପଦେଷ୍ଟା ଦିଗମ୍ବର ଦାସ, ଅନ୍ୟତମ ଉପଦେଷ୍ଟା ଅଞ୍ଜନ ଦାସ, ଅନ୍ୟତମ ଉପଦେଷ୍ଟା ଇଂ କାହ୍ନୁକିଶୋର ସାହୁ , ଅବସରପ୍ରାପ୍ତ ସେନାଧିକାରୀ ନରହରି ସାମଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାମଦେବ ମଲ୍ଲିକ୍‌, ଯୁବନେତା କାର୍ତିକ ନାଥ, ଯୁବନେତା ପ୍ରତାପ ସାମଲ, ଯୁବନେତା ଆଲୋକ ନାଥ, ଚାଷୀନେତା ଅଜୟ ଦାସ, ଚାଷୀନେତା ଶଙ୍କର୍ଷଣ ବିଶ୍ୱାଳ, ଚାଷୀନେତା ଶରତ ମଲ୍ଲିକ୍‌, ଚାଷୀନେତା ପଦ୍ମନାଭ ସେଠୀ ପ୍ରମୁଖ ଯୋଗଦେଇ ସଂଗ୍ରାମ ସମିତିର ଦାବିକୁ ସରକାର ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ ।