Odiapua.com

ଭଦ୍ରକ – ଦ୍ୱିତୀୟ ଦିନରେ ଭୋଟ୍ ଗଣତି, ପ୍ରଥମ ଦିନରେ ୭ ଜିଲା ପରିଷଦକୁ ପୋଛିନେଲା ବିଜେଡି

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ଏହି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲାର ୭ ଗୋଟି ବ୍ଲକ୍‌ରେ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟରେ ଭୋଟ୍ ଗଣତି କାର୍ଯ୍ୟ କରାଯାଉଛି । ଦ୍ୱିତୀୟ ଦିନରେ ୯ଟି ଜିଲା ପରିଷଦ ଜୋନ୍‌, ୬୭ ଟି ଗ୍ରାମପଞ୍ଚାୟତର ଭୋଟ୍ ଗଣତି ଆରମ୍ଭ ହୋଇଛି । ଏଥିପାଇଁ ଭୋଟ୍ ଗଣତି କେନ୍ଦ୍ରରେ ସିସିଟିଭି ଲାଗିବା ସହିତ ଆବଶ୍ୟକ ୮ ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୮ ଟାରୁ ଭୋଟ୍ ଗଣତି କେନ୍ଦ୍ରରେ ପହଞ୍ôଚ ଭୋଟ ଗଣତି କାର୍ଯ୍ୟରେ ଯୋଗ ଦେଇଛନ୍ତି । କଡା ସୁରକ୍ଷା ପାଇଁ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଦ୍ୱିତୀୟ ଦିନରେ ଚାନ୍ଦବାଲି ବ୍ଲକ୍‌ର ୨ନଂ ଓ ୩ନଂ ଜୋନ୍‌, ତିହିଡି ବ୍ଲକ୍‌ର ୭ ନଂ ଜୋନ୍‌, ଧାମନଗର ବ୍ଲକ୍‌ର ୧୧ନଂ ଜୋନ୍‌,ବନ୍ତ ବ୍ଲକ୍‌ର ୧୫ନଂ ଜୋନ୍‌, ବାସୁଦେବପୁର ବ୍ଲକ୍‌ର ୧୮ ଓ ୧୯ନଂ ଜୋନ୍‌, ଭଣ୍ଡାରିପୋଖରୀ ବ୍ଲକ୍‌ର ୨୩ନଂ ଜୋନ୍ ଓ ଭଦ୍ରକ ବ୍ଲକ୍‌ର ୨୬ନଂ ଜୋନ୍‌ର ଭୋଟ ଗଣତି କାର୍ଯ୍ୟ ଜାରି ରହିଛି । ତେବେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍‌ର ୨ ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ରଂଜନ ସାହୁ ଆଗୁଆ ରହିଥିବାବେଳେ ୩ ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳି ଦାସ, ଧାମନଗର ବ୍ଲକ୍‌ର ୧୧ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ଉର୍ମିଳା ବିଶ୍ୱାଳ, ବନ୍ତ ବ୍ଲକ୍ ୧୫ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଳ ଜେନା, ବାସୁଦେବପୁର ବ୍ଲକ୍‌ର ୧୮ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଜୟକୃଷ୍ଣ ନାୟକ, ୧୯ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଯଦୁନାଥ ନାୟକ, ଭଣ୍ଡାରିପୋଖରୀ ବ୍ଲକ୍‌ର ୨୩ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ, ଭଦ୍ରକ ବ୍ଲକ୍‌ର ୨୬ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଗୀତାରାଣୀ ମଲ୍ଲିକ, ତିହିଡି ବ୍ଲକ୍‌ର ୭ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ବିଦ୍ୟୁତ୍‌ଲତା ନାୟକ ପ୍ରମୁଖ ଆଗୁଆ ରହିଥିବାର ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ଗତକାଲି ପ୍ରଥମ ଦିନର ଗଣତିରେ ୭ ଜିଲା ପରିଷଦକୁ ବିଜେଡି ପୋଛିନେଇଛି । ସେଗୁଡିକ ହେଲା ଚାନ୍ଦବାଲି ବ୍ଲକ୍‌ର ୧ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ୩୪୭୮ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିବାବେଳେ, ତିହିଡି ବ୍ଲକ୍‌ର ୬ନଂ ଜୋନ୍‌ର ବିଜେଡି ପ୍ରାର୍ôଥନୀ ରୁଜାତା ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ôଥୀନଙ୍କ ଠାରୁ ୨୫୯୪ ଖଣ୍ଡ, ଧାମନଗର ବ୍ଲକ୍‌ର ୧୦ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ଟୁନିବାଳା ବିଶ୍ୱାଳ ତାଙ୍କ ନିକଟତମ ବିଜେପିର ପ୍ରାର୍ଥିନୀ ରଂଜିତା ସ୍ୱାଇଁଙ୍କ ଠାରୁ ୪୦୬୪ ଖଣ୍ଡ, ଭଦ୍ରକ ବ୍ଲକ୍‌ର ୨୫ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ପ୍ରତିମା ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀଙ୍କ ଠାରୁ ୭୪୧୮ ଖଣ୍ଡ, ବାସୁଦେବପୁର ବ୍ଲକ୍‌ର ୧୭ ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ଜୟନ୍ତୀ ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଷଡଙ୍ଗୀଙ୍କ ଠାରୁ ୪୨୦୨ ଖଣ୍ଡ, ବନ୍ତ ବ୍ଲକ୍‌ର ୧୪ନଂ ଜୋନ୍‌ର ବିଜେଡି ପ୍ରାର୍ଥିନୀ ରୁନିତା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥିନୀ ସଂଯୁକ୍ତା ଦାସଙ୍କ ଠାରୁ ୧୦୪୫୫ ଖଣ୍ଡ, ଭଣ୍ଡାରିପୋଖରୀ ବ୍ଲକ୍‌ର ୨୨ନଂ ଜୋନ୍‌ର ବିଜେଡି ପ୍ରାର୍ଥିୀ ବଦ୍ରୀ ନାରାୟଣ ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ରମେଶ ଭାରତୀଙ୍କ ଠାରୁ ୩୫୨୨ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି ।