Odiapua.com

ଭଦ୍ରକ ଦାୱତେ ଇସ୍‌ଲାମୀ ତରଫରୁ ମୁସଲିମ ଜମାତଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଜିସାହିସ୍ଥିତ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀଙ୍କ ବାସଭବନରେ ଭଦ୍ରକ ଦାୱତେ ଇସଲାମୀ ଆନୁକୂଲ୍ୟରୁ ଭଦ୍ରକ ମୁସଲିମ ଜମାତକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶଥାଉକି ଗତ ମାସ ୨୮ ସେପ୍ଟେମ୍ବରରେ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜସ୍ନ-ଏ-ଇଦ୍ ମିଲାଦୁନ୍ ନବୀ ପର୍ବ ପାଳିତ ହୋଇଥିଲା । ଏହି ପର୍ବରେ ଭଦ୍ରକ ମୁସଲିମ ଜମାତ୍ ଆନୁକୂଲ୍ୟରୁ ୬୦ଗୋଟି “ଜୁଲୁସ” ଓ “କାଫେଲା” ପୁରୁଣାବଜାରସ୍ଥିତ ଚୌଖଣ୍ଡିରୁ ବାହାରି ଲାହାପଟ୍ଟି, ସନ୍ଥିଆ, କଚେରୀ ବଜାର, ନୂଆବଜାର ଓ ଚନ୍ଦନବଜାର ହୋଇ ସହର ପରିକ୍ରମା କରି ଶାନ୍ତଶୃଙ୍ଖଳା ସହିତ ଓ ଭାଇଚାରାର ଦିଗଦର୍ଶନ ଦେଖେଇ ମଦିନା ମଇଦାନରେ ପହଞ୍ôଚ ଥିବାରୁ ଭଦ୍ରକ ଦାୱତେ ଇସଲାମୀର ପୂର୍ବତନ ଓଡ଼ିଶା ଷ୍ଟେଟ ନିଗରାନ ମୌଲାନା ଜିଆଉଲ ହସନଙ୍କ ଟିମ୍ ଭଦ୍ରକ ମୁସଲିମ ଜମାତର ଆଜୀବନ ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, ସିରତ କମିଟିର ସଭାପତି ହାଜୀ ଅବଦୁଲ ମୁକିତ୍ ଖାଁ, ସିରତ କମିଟିର ସମ୍ପାଦକ ଇଂ ହବିବୁଲ୍ଲା ଖାଁ, ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ, ସଂପାଦକ ଶେଖ ସିରାଜୁଦ୍ଦିନ, ପୂର୍ବତନ ପାରିଷଦ ଅସରଫ ଅଲ୍ଲି ଖାନ, ହାଜି ଅନୱର ହୋସେନ, ହଫିଜୁର ରହେମାନ ଏବଂ ଜମିଲ ଅଖତର ଖାନ ପ୍ରମୁଖଙ୍କୁ ଉତ୍ତରୀୟ, ଫୁଲତୋଳା, ଇସଲାମିକ ବହି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦାୱତେ ଇସଲାମୀର ଟିମ୍ ଶିକ୍ଷକ କାରୀ ଜାମି ହସନ, ଶିକ୍ଷକ କାରୀ ଜଲାଲୁଦ୍ଦିନ, ଶିକ୍ଷକ କାରୀ ସଦ୍ଦାମ, ଶିକ୍ଷକ କାରୀ ସାଲିକ, ଶିକ୍ଷକ କାରୀ ସଇଦ, ଅବଦୁଲ ବାରି, ସେଖ ଅଲତାଫ, ସେଖ ନାଜିମ, ସେଖ ଜୁନେତ ଅତ୍ତାରି ଓ ମହମ୍ମଦ ଅବଦୁଲ ରହିମ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ମୁସଲିମ ଜମାତର ସବ୍‌ବିର ଅଲ୍ଲି, ତବାରକ ଅଲ୍ଲି, ମତଲୁବ ଅଲ୍ଲି, ଇଂ ରେଜାଏ ରସୁଲ, ସେଖ ସମଦାନୀ, ଶେଖ ଅବୁକଲାମ, ଅଖତର ଅଲ୍ଲି, ମିଡିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।