Odiapua.com

ଭଦ୍ରକ : ତେସିଙ୍ଗା ଡିଲର ନିଲମ୍ବିତ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପିଡିଏସ ଡିଲର ବିଷ୍ଣୁ ପ୍ରସାଦ ମଲ୍ଲିକଙ୍କୁ ଉପଜିଲ୍ଲାପାଳଙ୍କ କୋର୍ଟ ପକ୍ଷରୁ ନିଲମ୍ବନ ଆଦେଶ ହୋଇଛି । ବେଆଇନ ଭାବେ ପରିବହନ କରାଯାଉଥିବା ଚାଉଳ ରଖିବା, ଅନୁମୋଦିତ ସ୍ଥାନ ବ୍ୟତୀତ ମନମୁଖି ସ୍ଥାନରେ ସାମଗ୍ରୀ ରଖିବା ଓ ଉପଯୁକ୍ତ ଭାବେ ସୂଚନା ଫଳକ ବ୍ୟବହାର ନକରିବା ଅଭିଯୋଗରେ ଅଭିଯୋଗକାରୀ ଓ ଡିଲରଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କୋର୍ଟରେ ଶୁଣାଣୀ ହୋଇଥିଲା । ଫଳାଫଳ ଡିଲରଙ୍କ ବିରୋଧରେ ଯାଇଛି । ନିକଟସ୍ଥ ଡିଲରଙ୍କ ସହ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ତତ୍କାଳ ଟ୍ୟାଗ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ନଭେମ୍ବର ୧୯ ତାରିଖରୁ ଘଟଣା କ୍ରମ ଲାଗି ରହି ଡିସେମ୍ବର ୧୫ ତାରିଖରେ ପରିସମାପ୍ତି ଘଟିଛି ।