Odiapua.com

ଭଦ୍ରକ : ଟ୍ରକ ପଶିଗଲା ମାର୍କେଟ କମ୍ପେ୍ଲକ୍ସ ଭିତରକୁ, ଅଳ୍ପକେ ବର୍ତିଲା ଏକାଧିକ ଜୀବନ

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗେଲପୁର ପଂଚାୟତର ଆରଡ଼ି ଛକ – ଆଖଣ୍ଡଳମଣି ରାସ୍ତାଟି ଏବେ କେତେକ ମଦ୍ୟପ ଓ ବେପରୱା ଗାଡି ଚାଳକଙ୍କ ପାଇଁ ମୃତ୍ୟୁ ଯନ୍ତା ପାଲଟିଛି। ଯାହାର ନଜିର ଆଜି ଏକ ପାଉଁଶ ବୋଝେଇ ଟ୍ରକ ଚାଳକର ଅମାନବୀୟ କାର୍ଯ୍ୟରୁ ପ୍ରମାଣିତ ହୋଇଛି। ଆଜି ସକାଳ ପ୍ରାୟ ୮. ୩୦ ସମୟରେ ସ୍ଥାନୀୟ ରାନ୍ଦିଆ ଫେକରରୁ ଏହି ପାଉଁଶ ବୋଝେଇ ଟ୍ରକଟି କୋରକୋରାର ଏକ ଫ୍ଲାଏ ଆସ ଫ୍ୟାକ୍ଟ୍ରିକୁ ଯାଉଥିବା ବେଳେ ପ୍ରାଚୀନଗର ରାସ୍ତାର ବାମ ପାର୍ଶ୍ୱ ଏମ ଏମ ଗ୍ଲାସ ହାଉସର ମାର୍କେଟ କମ୍ପେ୍ଲକ୍ସ ଭିତରକୁ ଗଳି ଯାଇଥିଲା। ଫଳରେ ଏହି କମ୍ପେ୍ଲକ୍ସରେ ଭଡାରେ ଆଲମୋନିୟମ ଓ ସର୍ବତ ଦୋକାନ କରିଥିବା ଦୁଇ ବ୍ୟବସାୟୀଙ୍କ ସହ କିଛି ଗ୍ରାହକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ମାର୍କେଟ କମ୍ପେ୍ଲକ୍ସ କୋଠାଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଲମୋନିୟମ ବ୍ୟବସାୟୀଙ୍କ ମୋଟର ସାଇକେଲଟି ଭାଙ୍ଗି ରୁଜି ଯାଇଛି। ଏହି ଘଟଣାରେ ଖସି ପଳାଉଥିବା ଟ୍ରକ ଚାଳକକୁ ଉତ୍ୟକ୍ତ ଲୋକେ ଅଟକ ରଖି ପୋଲିସ ପହଂଚିବା ପରେ ଛାଡିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ରାସ୍ତାଟି କେତେକ ମଦ୍ୟପ ଓ ବେପରୱା ବେଆଇନ ମାଟି ବୋଝେଇ ଟ୍ରାକ୍ଟର, ଟ୍ରକ ଚାଳକଙ୍କ ପାଇଁ ନିକଟ ଅତୀତରେ ଏକାଧିକ ଲୋକଙ୍କ ଜୀବନ ହାନୀର କାରଣ ହୋଇଥିଲେ ୍ୱି ସ୍ଥାନୀୟ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କ ମନମୁଖୀ କୋହଳ ମନୋଭାବ ଯୋଗୁଁ ଏବେ ମରଣ ଯନ୍ତା ପାଲଟିଛି। ଏଣୁ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆଖଣ୍ଡଳମଣୀ ପୀଠକୁ ଆସୁଥିବା ବହୁ ଶ୍ରଦ୍ଧାଳୁ ଭକ୍ତ, ଯାତ୍ରୀବାହୀ ବସ, ଟ୍ରେକର ଓ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏ ଦିଗରେ ସଚେତନ ନ ହେଲେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି।